ଖୁସି ଖବର: ୫୦ ଟଙ୍କାରେ ମିଳିବ କରୋନା ଔଷଧ !

ନୂଆଦିଲ୍ଲୀ,୬।୮: ଦେଶର ଔଷଧ ନିର୍ମାଣକାରୀ କମ୍ପାନୀ ଲୁପିନ(Lupin) ବୁଧବାର କମ୍‌ ଓ ମଧ୍ୟମ ଲକ୍ଷଣ ଥିବା କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାବିପିରାଭିର ଲଞ୍ଚ କରିଥିବା ଘୋଷଣା କରିଛି। କୋଭିହଲ୍ଟ (Covihalt) ନାମରେ ମିଳୁଥିବା ଏହି ଔଷଧର ଗୋଟିଏ ଟ୍ୟାବଲେଟର ଦାମ ଭାରତରେ ୪୯ଟଙ୍କା ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଲୁପିନ ଏକ ରେଗୁଲେଟରି ଫାଇଲିଂରେ କହିଛି କି କମ୍ପାନୀକୁ ଫାବିପିରାଭିରକୁ ଜରୁରୀକାଳିନ ବ୍ୟବହାର ପାଇଁ ଡ୍ରଗ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ମିଳିଛି। ଏହାର ୨୦୦ ମିଲିଗ୍ରାମ ପ୍ରତି ଟାବଲେଟ୍‌ ଲଞ୍ଚ କରାଯିବ। ୧୦ଟି ଟାବଲେଟ ଥିବା ଏକ ଷ୍ଟ୍ରିପରେ ଏହା ଉପଲବ୍ଧ ହେବ। ଏହାର ଗୋଟିଏ ଟାବଲେଟର ଦାମ୍‌ ୪୯ ଟଙ୍କା ରଖାଯାଇଛି। ଫାବିପିରାଭିର ଏକମାତ୍ର ମୌଖିକ ଆଣ୍ଟିଭାଇରାଲ ଔଷଧ ଯାହାକୁ କମ୍‌ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ। ପ୍ରଶାସନର ସୁବିଧାକୁ ଦୃଷ୍ଟିରେ ରଖି ଏହାର କୋଭିହଲ୍ଟ ଡୋଜ୍‌ର ଶକ୍ତିକୁ ବିକଶିତ କରାଯିବ। ଲୁପିନର ଇଣ୍ଡିଆ ରିଜନ ଫାର୍ମୁଲେଶନର ଅଧ୍ୟକ୍ଷ ରାଜୀବ ଶିବଲ କହିଛନ୍ତି ଏହା ପୂର୍ବରୁ ଟ୍ୟୁବରକ୍ଲୋସିସ(ଟିବି)ଭଳି ରୋଗର ଉପଚାର ପାଇଁ କମ୍ପାନୀକୁ ବଡ ସଫଳତା ମିଳିଥିଲା ଏଥର ମଧ୍ୟ କମ୍ପାନୀ ସଫଳ ହେବବୋଲି ଆଶା କରାଯାଉଛି।

Share