ବୁଲା ପ୍ରାଣୀଙ୍କ ପେଟ ଭରୁଛନ୍ତି ୭୩ ବର୍ଷ ବୟସ୍କା ବୃଦ୍ଧା ଲୁରମା ଦେବୀ…

କୁଲ୍ଲୁ,୬।୭ : ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀଙ୍କ ପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ପ୍ରାଣୀମାନେ ଭୋକରେ ରହିବା ଉଚିତ ନୁହେଁ। ଲୁରମା ସେମାନଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ପାଖରେ ଜଳ ବ୍ୟବସ୍ଥା ନାହିଁ। ଘାଟି ଉପରେ ଏକ କିଲୋମିଟର ଦୂରରେ ପାଣି ରହିଛି। ଲୁରମା ତାଙ୍କ ପିଠିରେ ପାଣି ନେଇ ସେମାନଙ୍କୁ ପିଇବାକୁ ଦିଅନ୍ତି। ଲୁରମା ଦେବୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ପାଇ ନାହାଁନ୍ତି କିମ୍ବା ଲୁରମା ଏହି ଯୋଜନା ବିଷୟରେ ଅବଗତ ନୁହଁନ୍ତି। ଏଭଳି ପରିସ୍ଥିତିରେ ସରକାରୀ ଯୋଜନାର ବିକାଶ ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ବୃଦ୍ଧା ଜଣକ ସେମାନଙ୍କର ଗୋବରରୁ ଅଳ୍ପ ଟଙ୍କା ପାଉଥିଲେ। କିନ୍ତୁ ଏବେ କେହି ଗୋବର କିଣିବାକୁ ମଧ୍ୟ ଆସୁନାହାଁନ୍ତି। କେହି କିଛି ଖାଇବାକୁ ଦେଲେ ଲୁରମା ଖାଇଥାନ୍ତି। ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁର ଲୁରମା ଦେବୀଙ୍କ ନିଜ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ସ୍ବାମୀ ଚାଲିଯିବା ପରେ ଭାଇ ଲୁରମା ଦେବୀଙ୍କ ପାଇଁ ଏକ ଘର ତିଆରି କରିଥିଲେ। ଲୁରମା ଘରେ ଏକୁଟିଆ ରହୁଥିଲେ। ପରେ ସେ ବୁଲା ପ୍ରାଣୀମାନଙ୍କୁ ନିଜ ସହ ରଖିବା ଆରମ୍ଭ କଲେ।

 

ପ୍ରାୟ ୨୫ ଗାଈ, ଷଣ୍ଡ ଏବଂ ବାଛୁରୀଙ୍କୁ ଲୁରମା ରଖିଥିଲେ। ତେବେ ସେମାନଙ୍କୁ ଏକାଠି ରଖିବା ବଡ଼ ସମସ୍ୟା ଥିଲା। ଜଙ୍ଗଲରେ ଏକ ଗୁମ୍ଫା ଥିଲା ।

ଲୁରମା ସେଠାରେ ସମସ୍ତ ବୁଲା ପ୍ରାଣୀମାନଙ୍କୁ ରଖିବା ଆରମ୍ଭ କଲେ। ଗତ ୧୪ ବର୍ଷ ଧରି ଲୁରମା ଏକ ଭଙ୍ଗାରୁଜା ଘରେ ରହୁଥିଲେ। ଜଙ୍ଗଲର ବନ୍ୟଜନ୍ତୁମାନେ ଲୁରମା ଦେବୀଙ୍କ ୧୪ଟି ପ୍ରାଣୀଙ୍କୁ ଶିକାର କରିଥିଲେ। ବର୍ତ୍ତମାନ ୧୧ ଟି ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଲୁରମା ଦେବୀ ବହୁତ ଯତ୍ନ ଏବଂ ଆଗ୍ରହ ସହିତ ସେମାନଙ୍କୁ ପାଳୁଛନ୍ତି। ଲୁରମା ଦେବୀ କହିଛନ୍ତି ପିଲାଦିନରୁ ପଶୁମାନଙ୍କ ପ୍ରତି ତାଙ୍କର ଏକ ଭଲପାଇବା ଅଛି। ସେ ମଧ୍ୟ ବାକି ଜୀବନ ସେମାନଙ୍କୁ ପାଳନରେ ବିତାଇବାକୁ ଚାହାଁନ୍ତି। ବର୍ତ୍ତମାନ ଲୁରମାଦେବୀଙ୍କ ପାଖରେ ୪ ଟି ଷଣ୍ଢ , ତିନୋଟି ଗାଈ ଏବଂ ଚାରି ବାଛୁରୀ ଅଛନ୍ତି।

ଅନୁସୂଚିତ ଜାତିର ଲୁରମା ଦେବୀଙ୍କ ପାଖରେ ବିଦ୍ୟୁତ ଏବଂ ଜଳ ପରି ମୌଳିକ ସୁବିଧା ନାହିଁ। ଜଳର ଉପଲବ୍ଧତା ନ ଥିବାରୁ ଲୁରମା ଦେବୀ ତାଙ୍କ ପ୍ରାଣୀମାନଙ୍କ ପାଇଁ ଏକ କିଲୋମିଟର ଦୂରରେ ଥିବା ଏକ ଉପତ୍ୟକାରୁ ପାଣି ନେଇଥାନ୍ତି। ଲୁରମା ଦେବୀଙ୍କୁ ସରକାରୀ ଯୋଜନାର ଲାଭ ମିଳି ପାରି ନାହିଁ। ଲୁରମା ଦେବୀ ପେନସନ ସୁବିଧା ମଧ୍ୟ ପାଇପାରି ନାହାନ୍ତି। ପ୍ରାଣୀଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିବାବେଳେ ବେଳେବେଳେ ତାଙ୍କୁ ପାଣି ପିଇ ପେଟ ଭରିବାକୁ ପଡ଼ିଥାଏ।

ତାଙ୍କ ପାଇଁ ବିଦ୍ୟୁତ ଓ ଜଳ ଯୋଗାଇବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଡିଏମ ଅନି ନରେଶ ବର୍ମା କହିଛନ୍ତି। ମହିଳାମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri