Categories: ଖେଳ

ଲୁସେଲରେ ଉଦ୍‌ଘାଟନୀ ଓ ଫାଇନାଲ

କୁଆଲାଲମ୍ପୁର,୨୨ା୮ : ଏଏଫ୍‌ସି ଏସିଆନ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଓ ଫାଇନାଲ କାତାରର ଆଇକନିକ ଲୁସେଲ ଷ୍ଟାଡିୟମରେ ହେବ ବୋଲି ସ୍ଥାନୀୟ ଆୟୋଜକ କମିଟି ସୋମବାର ଘୋଷଣା କରିଛି। ଏହି ଷ୍ଟାଡିୟମରେ ଗତବର୍ଷ ବିଶ୍ୱକପ୍‌ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଆସନ୍ତାବର୍ଷ ଜାନୁୟାରୀ ୧୨ରେ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଗ୍ରୁପ୍‌ ‘ଏ’ର ଦୁଇ ଦଳ ଗତଥରର ଚାମ୍ପିୟନ କାତାର ଓ ଲେବାନନ ମଧ୍ୟରେ ହେବ। ଫେବୃୟାରୀ ୧୦ରେ ଫାଇନାଲ ଖେଳାଯିବ। ଭାରତୀୟ ଦଳ ୨୦୧୫ ଚାମ୍ପିୟନ ଅଷ୍ଟ୍ରେଲିଆ, ଉଜବେକିସ୍ତାନ ଓ ସିରିଆ ସହ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଛି। ଦଳ ଜାନୁୟାରୀ ୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

Share