ସୋନାକ୍ଷୀଙ୍କ ସହ ରକ୍ତ ସମ୍ପର୍କକୁ କାଟିଲେ ଭାଇ ଲବ ସିହ୍ନା! କହିଦେଲେ ବଡ଼ କଥା…

ବମ୍ବେ: ନିକଟରେ ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ବେଶ ସାଧାସିଧା ଭାବେ ବିବାହ ଅନୁଷ୍ଠିତ ହୋଇଥିଲା। ଦୁଇ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନେ କୋର୍ଟ ମ୍ୟାରେଜ୍‌ କରିଥିଲେ। ପ୍ରଥମେ ଏହି ବିବାହରେ ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଖୁସି ନ ଥିବା କୁହାଯାଉଥିଲା। ହେଲେ ବିବାହରେ ତାଙ୍କ ଉପସ୍ଥିତି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲା। ସେହିଭଳି ବିବାହରେ ଅଭିନେତ୍ରୀଙ୍କୁ ଦୁଇ ଭାଇ ଲବ ଏବଂ କୁଶଙ୍କୁ ଦେଖିବାକୁ ମିଳି ନ ଥିଲା। ଏଣୁ ସେ ଦୁହିଁଙ୍କୁ ନେଇ ମଧ୍ୟ ନାନାଦି ଆଲୋଚନା ହେଉଥିଲା।

ଏବେ ଲବ ସିହ୍ନା ଭଉଣୀଙ୍କ ବିବାହରେ ସାମିଲ ନ ହେବା ପଛର କାରଣ ବିଷୟରେ କହିଛନ୍ତି। ସେ ମଙ୍ଗଳବାର ୨ଟି ଟୁଇଟ୍‌ କରିଛନ୍ତି। ସେଥିରେ ସେ ସୋନାକ୍ଷୀଙ୍କ ଶାଶୁଘର ବିଷୟରେ ଖୁଲାସା କରିଛନ୍ତି। ତାଙ୍କର ପାରିବାରିକ ବ୍ୟବସାୟ ବିଷୟରେ ଭାବିଚିନ୍ତି ଖବର କରାଯାଇଛି। ବରଙ୍କ ବାପା ରାଜନେତାଙ୍କ ସହ ସମ୍ପର୍କ ଅଛି, କେହି ସେ ବିଷୟରେ ଧ୍ୟାନ ଦେଇନାହାନ୍ତି, ଯାହାଙ୍କର ଇଡି ସହ ପଚରାଉଚରା କରାଯାଉଛି। ବରଙ୍କ ବାପା ଦୁବାଇରେ ଥିବା ଜଣା ନ ଥିଲା। ଏଣୁ ବିବାହରେ କାହିଁକି ସାମିଲ ହେଲି ନାହିଁ ତାହା ବହୁତ ସ୍ପଷ୍ଟ। କିଛି ବି ହେଲେ ମୁଁ କିଛି ଲୋକଙ୍କ ସହ ସମ୍ପର୍କ ରଖିବି ନାହିଁ। ବହୁତ ଖୁସି ଯେ ଗଣମାଧ୍ୟମର ଜଣେ ସଦସ୍ୟ ପିଆର୍‌ ଟିମ୍‌ର କାହାଣୀ ନୁହେଁ ବରଂ ନିଜେ ସେ ନେଇ ଖୋଜ ଖବର ନେଇଥିଲେ ବୋଲି ସେ କହିଛନ୍ତି।

ତେବେ ଲବଙ୍କ କଥାରୁ ସେ ପରିବାରକୁ ଆଗରେ ରଖୁଥିଲେ ହେଁ ସୋନାକ୍ଷୀଙ୍କ ଶାଶୁଘର ଲୋକଙ୍କ ସହ ସମ୍ପର୍କ ରଖିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Share