୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍‌ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ ଚରଣଙ୍କ ପାଖରେ ଆଷ୍ଟନ ମାର୍ଟିନ ଭଳି ବିଳାସପୂର୍ଣ୍ଣ ଗାଡ଼ିଠାରୁ ଆରମ୍ଭ କରି ବିଳାସମୟ ସମ୍ପତ୍ତି ମଧ୍ୟ ରହିଛି। ବର୍ତ୍ତମାନ ସେ ନିଜ ନୂଆ ବଙ୍ଗଳାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ରାମ ଚରଣ ହାଇଦ୍ରାବାଦର ପୋଶ୍‌ ଅଞ୍ଚଳ ସ୍ଥିତ ଜୁବୁଲି ହିଲ୍ସରେ ଏକ ବଙ୍ଗଳା ନେଇଛନ୍ତି। ଏହି ବଙ୍ଗଳା ୨୫୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଏହା କୌଣସି ରାଜପ୍ରାସାଦଠାରୁ କମ୍‌ ନୁହେଁ। ଏହି ବିଳାସମୟ ବଙ୍ଗଳାର ଦାମ୍‌ ହେଉଛି ପ୍ରାୟ ୯୦ କୋଟି ଟଙ୍କା। ଏହି ବଙ୍ଗଳାର ତଳ ମହଲାରେ ଏକ ମନ୍ଦିର ରହିଛି।

ଯାହାର ଡିଜାଇନ ପ୍ରାଚୀନ ମନ୍ଦିର ଭଳି ଦେଖାଯାଉଥିବା ବେଳେ ଏହା ପଥରରେ ନିର୍ମିତ କରାଯାଇଛି। ଏତଦ୍‌ ବ୍ୟତୀତ ଏହି ଘରେ ଏକ ସୁଇମିଂ ପୁଲ୍‌, ଟେନିସ କୋର୍ଟ ଏବଂ ଜିମ୍‌ ଇତ୍ୟାଦି ସୁବିଧା ମଧ୍ୟ ରହିଛି। ଅନ୍ୟପଟେ ରାମଚରଣଙ୍କ ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କ ଅଭିନୀତ ଫିଲ୍ମ ‘ରଙ୍ଗସ୍ଥାଲମ୍‌’ ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଆଜିକା ଦିନରେ ରାମ ଚରଣଙ୍କ ନିଟ୍‌ ମୂଲ୍ୟ ପାଖାପାଖି ୧୩୦୦ କୋଟି ରହିଛି। ତେବେ ତାଙ୍କ ପର୍ସନାଲ ଲାଇଫ୍‌ କଥା କହିବାକୁ ଗଲେ ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରତାପ ସି.ରେଡ୍ଡୀଙ୍କ ନାତୁଣୀ ଉପାସାନାଙ୍କୁ ସେ ବିବାହ କରିଛନ୍ତି।

 

Share