ପୁଣି ମିଛ କହିଲେ ଟ୍ରମ୍ପ୍‌: ଜର୍ଜିଆରେ ବିଜୟୀ ହେବାର ମିଥ୍ୟା ଦାବି କଲେ

ଓ୍ବାଶିଂଟନ,୬।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଏବେ ବି କାଦୁଆ ଫିଙ୍ଗା ଜାରି ରହିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ମିଛ କହିଛନ୍ତି। ଟ୍ରମ୍ପ୍‌ ଜର୍ଜିଆରେ ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ଙ୍କ ବିଜୟକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ, ଜର୍ଜିଆରେ ଭୋଟିଂରେ ଅନିୟମିତତା ହୋଇଛି। ଏଠାରୁ ସେ ବିଜୟୀ ହୋଇଛନ୍ତି ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି। ଶନିବାର ଟ୍ରମ୍ପ୍‌ ଜର୍ଜିଆର ଗଭର୍ନର ବ୍ରିୟାନ କେମ୍ପ୍‌ଙ୍କୁ ଫୋନ୍‌ କରି ନିର୍ବାଚନ ଫଳାଫଳ ବଦଳାଇବା ଲାଗି ଅନୁରୋଧ କରିଥିଲେ। ଏନେଇ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରିବାକୁ ମଧ୍ୟ କହିଥିଲେ। ମାତ୍ର ବ୍ରିୟାନ ଟ୍ରମ୍ପ୍‌ଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି।

Share