Categories: ଜାତୀୟ

ହିନ୍ଦୁ ଯୁବକ-ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଜିହାଦ୍‌, ଏଭଳି କହିଲେ ମୁଖ୍ୟମନ୍ତ୍ରୀ…

ଗୁଆହାଟି,୧୧।୭: ଜଣେ ହିନ୍ଦୁ ଯୁବକ ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଏକ ପ୍ରକାର ଜିହାଦ୍‌। ଏନେଇ ଖୁବ୍‌ ଶୀଘ୍ର ରାଜ୍ୟରେ ଆଇନ ଅଣାଯିବ। ଆଗାମୀ ଦିନରେ କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କରେ ଆଲୋଚନା କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। କିଛି ଦିନ ତଳେ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୨ ସନ୍ତାନ ନୀତି ଆପଣେଇବା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ଥିଲେ। ଏବେ ମୁଖ୍ୟନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ସରକାର କୌଣସି ମହିଳାଙ୍କ ବିରୋଧରେ ହେଉଥିବା ପ୍ରତାରଣାକୁ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି। ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share