ଲିରିକ୍ସ ଭଲ ନ ଲାଗୁଛି ଯଦି ଶୁଣୁଛନ୍ତି କେମିତି: ହନି ସିଂ

ମୁମ୍ବାଇ: ଲୋକପ୍ରିୟ ଗାୟକ ଓ ରାପର ହନି ସିଂଙ୍କର ନୂଆ ଆଲବମ୍‌ ହନି ସିଂ ୩.୦ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଆଲବମର୍‌ ଗୋଟିଏ ଗୀତ ନାଗିନ୍‌ ଶନିବାର ରିଲିଜ୍‌ ହୋଇଛି।
ତେବେ ତାଙ୍କ ଗୀତର ଲିରିକ୍ସକୁ ସବୁବେଳେ ସମାଲୋଚନା କରାଯାଉଛି । ହନିଙ୍କ ଗୀତଗୁଡ଼ିକ ମହିଳାଙ୍କ ପ୍ରତି ଘୃଣା ସୃଷ୍ଟି କରୁଛି ବୋଲି ମଧ୍ୟ ତାଙ୍କ ଉପରେ ବହୁବାର ଆରୋପ ଲାଗିଛି। ତେବେ ଏହାର ଜବାବରେ ତାଙ୍କର ଏଭଳି ଉଦ୍ଦେଶ୍ୟ ନ ଥିବା ସେ ପ୍ରତିକ୍ରିୟା ଦେଇଛନ୍ତି। ପିଙ୍କାବିଲା ଓ୍ବେବ୍‌ସାଇଟ୍‌ର ପ୍ରଶ୍ନରେ ସେ କହିଛନ୍ତି, ମୁଁ କେବେ ବି ଏଭଳି ଉଦ୍ଦେଶ୍ୟ ନେଇ ଗୀତ ଲେଖି ନାହିଁ। ଯଦି ଶ୍ରୋତାଙ୍କୁ ଏହିପରି ଲାଗୁଛି, ତେବେ ସେମାନେ ଗୀତ ଶୁଣୁଛନ୍ତି କିପରି? ଯଦି ମୋର ଗୀତ ମହିଳାଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି କରୁଛି, ତେବେ ଲୋକେ ତାଙ୍କ ଝିଅର ବିବାହ ଫଙ୍କ୍‌ସନରେ ମୋତେ ଗୀତ ବୋଲିବାକୁ ଡାକୁଛନ୍ତି କେମିତି? ଦୀର୍ଘ ୧୫ବର୍ଷ ଧରି ବହୁ ବିବାହ ଫଙ୍କ୍‌ସନ୍‌ରେ ଗୀତ ବୋଲିଛି। ପାର୍ଟି ଫଙ୍କ୍‌ସନ୍‌ରେ ଆଣ୍ଟିମାନେ ଷ୍ଟେଜ୍‌ ଉପରକୁ ଆସି ମୋ ସହ ‘ଆଣ୍ଟି ପୁଲିସ୍‌ ବୁଲା ଲେଗି’ ଗୀତରେ ଡାନ୍ସ କରିଛନ୍ତି। କେବେ ସେମାନଙ୍କୁ ଏହି ଗୀତ ନେଇ ଖରାପ ଲାଗିବାର ଦେଖି ନାହିଁ।
ଏଥିସହ ହନି ନିଜ କଥାରେ କରନ୍‌ ଅର୍ଜୁନ୍‌ ଫିଲ୍ମର ‘ରାଣାଜୀ ମାଫ୍‌ କର୍‌ ନା’ ଗୀତ କଥା ଉଠାଇଛନ୍ତି। ସେତେବେଳେ ଏହି ଗୀତକୁ ନେଇ କାହାର ବି ଅସୁବିଧା ନ ଥିଲା। ହେଲେ ଲୋକେ ଏବେ ବହୁ ସମ୍ବେଦନଶୀଳ ହୋଇଯାଉଛନ୍ତି। ଯେତେ ଅଧିକ ପଢୁଛନ୍ତି, ସେତେ ବେଶି ସମ୍ବେଦନଶୀଳ ହେଉଛନ୍ତି। ପୂର୍ବରୁ ଲୋକେ ଚାଲାକ ଚତୁର ଥିଲେ, ମାତ୍ର ଏବେ ଚାଲାକ ଓ ଶିକ୍ଷିତ ବ୍ୟକ୍ତି ଭିତରେ ବହୁ ତଫାତ୍‌ ଦେଖାଯାଉଛି।
ହନି ୨୦୧୫ ମସିହା ପରଠାରୁ ଶାରୀରିକ ଓ ମାନସିକ ଅସୁସ୍ଥତା କାରଣରୁ କାର୍ଯ୍ୟରୁ ବିରତି ନେଇଥିଲେ। ବର୍ତ୍ତମାନ ସେ ପୁଣି ବଲିଉଡ୍‌କୁ ଫେରିଛନ୍ତି। ତାଙ୍କ ଜୀବନ ଉପରେ ନେଟ୍‌ଫ୍ଲିକ୍ସରେ ଏକ ଡକ୍ୟୁମେଣ୍ଟାରି ହେବାକୁ ଯାଉଛି।

Share