‘ମୁଁ ଟିସୁ ପେପର୍‌ ନୁହେଁ’: କାନ୍ଦିକାନ୍ଦି ଏମିତି କହିଲେ ରାଖୀ…

ବମ୍ବେ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଲୋକପ୍ରିୟ ରିଆଲିଟି ଶୋ’ ବିଗ ବସ -୧୫ରୁ ବାହାରି ଯାଇଛନ୍ତି । ସେ ବିଗ ବସ୍‌ରୁ ବାହାରିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା ବେଳେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ନା ରାଖୀ ଯେତେବେଳେ ଏଣ୍ଟ୍ରି କରିଥିଲେ ସେତେବେଳେ ଶୋ’ର କ୍ରେଜ୍‌ ବଢିଥିଲା । କିନ୍ତୁ ଗ୍ରାଣ୍ଡ ଫାଇନାଲର ମାତ୍ର କିଛି ଦିନ ପୂର୍ବରୁ ବିଗ୍‌ବସ ଘରୁ ରାଖୀଙ୍କୁ ବାହାର କରାଯାଇଛି । ଏପରି ନିଷ୍ପତ୍ତି ଭୁଲ ବୋଲି ତାଙ୍କ ଅନେକ ପ୍ରଶଂସକମାନେ କହିଛନ୍ତି । ଏପରିକି ରାଖୀ ଶୋ’ରୁ ବାହାରିବା ପରେ ଏହାକୁ କେହି ଦେଖିବିନି ବୋଲି ମଧ୍ୟ ତାଙ୍କର ଅନେକ ପ୍ରଶଂସକ କହିଛନ୍ତି। ରାଖୀ ମଧ୍ୟ ନିଜର ମତ ରଖିଛନ୍ତି। ଦୁଃଖ ପ୍ରକାଶ କରି ସେ କହିଛନ୍ତି ମୋତେ ବହୁତ ଭଲ ପାଇବା ମିଳିଛି । ଯଦି ମୁଁ ଏଠି ଶେଷ ପର୍ଯ୍ୟନ୍ତ ରହିଥାନ୍ତି ତେବେ ନିଶ୍ଚିତ ଭାବେ ଜିତିଥାନ୍ତି। ଏହା ସହ ଇନଷ୍ଟାଗ୍ରାମରେ ଏକ ପାପାରାଜି ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ରାଖୀଙ୍କୁ ଏକ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା । ସେଠାରେ ସେ କାନ୍ଦି କାନ୍ଦି କହିଥିଲେ କି ମୁଁ ଟିସୁ ପେପର ନୁହେଁ ବିଗ୍‌ବସ । ଯେ ଯେତେବେଳେ ଚାହିଁବ ଏଣ୍ଟଟେନ ପାଇଁ ଶୋ’କୁ ଆଣି ବ୍ୟବହାର କରିବ। ସମୟ ଆସିଗଲେ ଫୋପାଡି ଦେବ । ମୁଁ ଏହି ଟ୍ରଫିର ହକଦାର । ମୁଁ ଏହି ଶୋ ପାଇଁ ଯୋଗ୍ୟ ଅଟେ । ବର୍ତ୍ତମାନ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

https://www.instagram.com/viralbhayani/?utm_source=ig_embed&ig_rid=3ae9ed9b-d9fe-4c4e-b1b3-ecaa5190863f

Share