Categories: ଜାତୀୟ

ବାଇଗଣ କାମୁଡ଼ିଲେ ଏମ୍‌ପି

ନୂଆଦିଲ୍ଲୀ,୨।୮: ଦରଦାମ୍‌ ବୃଦ୍ଧିକୁ ବିରୋଧ କରି ଟିଏମ୍‌ସି ଏମ୍‌ପି କାକୋଳି ଘୋଷ ଦସ୍ତିଦାର ସୋମବାର ଲୋକସଭାରେ ବକ୍ତବ୍ୟ ରଖୁଥିବାବେଳେ ସେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରି କଞ୍ଚା ବାଇଗଣ ଚୋବାଇଥିଲେ। ଏମ୍‌ପି କାକୋଳି କହିଥିଲେ, ଗ୍ୟାସ୍‌ ସିଲିଣ୍ଡର ଦର ଏତେ ମହଙ୍ଗା ହୋଇଛି ଯେ ସାଧାରଣ ଲୋକ ରୋଷେଇ କରି ଖାଇବା ଅବସ୍ଥାରେ ନାହାନ୍ତି। ସିଲିଣ୍ଡର ପିଛା ମୂଲ୍ୟ ୬୦୦ ଟଙ୍କାରୁ ବଢ଼ି ଏବେ ୧,୧୦୦ ଟଙ୍କାରେ ପହଞ୍ଚିଲାଣି। ତେଣୁ ପନିପରିବାକୁ କଞ୍ଚା ଖାଇବାକୁ ପଡ଼ୁଛି। ଏହା କହି ସେ ହାତରେ ଧରିଥିବା ଏକ କଞ୍ଚା ବାଇଗଣକୁ କାମୁଡ଼ିଥିଲେ। ଜଣେ ଗରିବ ଏବଂ ଶ୍ରମିକ କିପରି ଏତେ ମହଙ୍ଗାରେ ସିଲିଣ୍ଡର କିଣିପାରିବ ବୋଲି ସେ ପ୍ରଶ୍ନ କରିଥିଲେ। ସରକାର ସେମାନଙ୍କୁ କଞ୍ଚା ପରିବା ଖାଇବା ପାଇଁ ବାଧ୍ୟ କରୁଛନ୍ତ ବୋଲି ସେ କହିଥିଲେ।

Share