ମା ଦଣ୍ଡ କାଳୀଙ୍କ ଯାତ୍ରା ଉଦଯାପିତ

ପୁରୁଷୋତ୍ତମ ପୁର, ୧୪/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଛି।  ପୁରୁଷୋତ୍ତମପୁର ସହରରେ ଥିବା ତିନି ଗୋଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜାର ମେରୁ ପଡିଆ ଓ ସମ୍ପୁର୍ଣ୍ଣ ସହର  ଜନ ସମୁଦ୍ର ହୋଇପଡିଛି। ଦୁଇ ବର୍ଷ ହେଲା ମହାମାରି କରୋନାକୁ  ନେଇ ମେରୁ ଯାତ୍ରା ବନ୍ଦ ହୋଇ ପଡିଥିଲା।

ଏହି ଯାତ୍ରାରେ ଲକ୍ଷାଧିକ ଜନ ସମାଗମ ହୋଇଛି। ମା ଦଣ୍ଡ କାଳୀଙ୍କ ଆଶିର୍ବାଦ ଭିକ୍ଷା ଲାଗି ଶହ ଶହ ସଂଖ୍ୟାରେ ମହିଳା ମାନେ ପ୍ରଚଣ୍ଡ ଖରାରେ ପୋଖରୀ ତୋଠରେ ଅଧିଆ ପଡିଛନ୍ତି। ଏହି ଅଧିଆ ପଡିଲେ ନିଜ ନିଜର ମନସ୍କାମନା ପୁରଣ ହେବା ସହ ଫଳ ପ୍ରାପ୍ତ  ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନ ପଣା ବଣ୍ଟନ କରାଯାଇଥିବା ବେଳେ ନବନିର୍ବାଚିତ  ଏନ୍ଏସି ଅଧକ୍ଷା ପ୍ରିୟଙ୍କା ଗୌଡ ଓ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନ କଲେଜ ଛକ, କାଳୀ ମନ୍ଦିର ଛକଠାରେ ପଣା  ବଣ୍ଟନ କରାଯାଇଛି। ସେହି ପରି ରଥସାହି ଛକ ପକ୍ଷରୁ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରିବାରେ ଲାଗିଛନ୍ତି। ପୋଲିସ ପକ୍ଷରୁ ଆଇନ ସୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ସହର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ରହିଛନ୍ତି।

Share