ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍ସିବି ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଏନ୍ସିବି ଆର୍ୟନଙ୍କୁ ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଏନ୍ସିବି କାର୍ଯ୍ୟାଳୟରେ ଆର୍ୟନଙ୍କୁ ପୁଣି ପଚରାଉଚୁରା କରାଯାଇଛି।
ଅନ୍ୟପକ୍ଷେ ଆର୍ୟନଙ୍କ ମା’ ଗୌରୀ ଖାନ୍ ମଙ୍ଗଳବାର ଏନ୍ସିବି ଅଫିସ ନିକଟକୁ ଯାଇଥିଲେ। ସେ ସାଙ୍ଗରେ ଆର୍ୟନଙ୍କ ପାଇ ତାଙ୍କ ମନପସନ୍ଦର ବର୍ଗର ନେଇଥିଲେ। ହେଲେ ଏନ୍ସିବି ଅଧିକାରୀମାନେ ଆର୍ୟନଙ୍କୁ ବର୍ଗର ଦେବାକୁ ଅନୁମତି ଦେଇ ନ ଥିଲେ।