ପୁରୁଷୋତ୍ତମ ପୁର, ୧୫/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ମନ୍ଦିରଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ପୂଜା ଆରମ୍ଭ କରିଛନ୍ତି। ମନ୍ଦିରର ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ଙ୍କ ତତ୍ତ୍ୱାବଧାନ ଅଞ୍ଚଳର ବରିଷ୍ଠ ଜୋତିଷବିଷାରଦ, ପଣ୍ଡିତ ମାନେ ଯୋଗ ଦେଇ ପୂଜାଅର୍ଚ୍ଚନା କରିବାରେ ଲାଗିଛନ୍ତି। ଏହି କାର୍ଯ୍ୟକ୍ରମ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ, ବିଡିଓ ବିଜୟ କୁମାର ବେହେରା , ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ଉନ୍ନୟନପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଙ୍କ ସହ ସମସ୍ତ ସେବାୟତଙ୍କ ଉପସ୍ଥିତ ରହିଛନ୍ତି। ଦିର୍ଘ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାକୁ ନେଇ ପୁରୁଷୋତ୍ତମପୁର ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇ ମା ତାରା ତାରିଣି ଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା ଲାଗି ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି।