ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ, ୨୮।୧୦- ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୫ମ ଦିନରେ ଶୁକ୍ରବାର ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ ଭଦ୍ରକାଳୀ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ବେଶ ହୋଇଥିଲେ। ମା’ଙ୍କ ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା। ବ୍ୟାଘ୍ର ବାହନରେ ମା’ ବିରାଜମାନ କରି ଶଙ୍ଖ, ଚକ୍ର, ଗଦା ଓ ଖଡ୍‌ଗ ଧାରଣ କରିଥିଲେ। ଭକ୍ତମାନେ ମା’ଙ୍କ ଏହି ବେଶକୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଜଗଦ୍ଧାତ୍ରୀ ବେଶ ଦର୍ଶନ କଲେ ଶକ୍ତି ପ୍ରାପ୍ତ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶନିବାର ମା’ ମହାସରସ୍ବତୀ ବେଶରେ ଦର୍ଶନ ଦେବେ।