Advertisement

ମା’ ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ: କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ପ୍ରକମ୍ପିତ…

ପୁରୁଷୋତ୍ତମପୁର,୨୫।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏଥିଲାଗି ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହେବାସହ ଢୋଲ, ଘଣ୍ଟ, ଝାଞ୍ଜ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସମଗ୍ର ଗାଁଠୁ ସହର ପ୍ରକମ୍ପିତ ହେଉଛି। ସଭିଙ୍କ ଘର ଆଗରେ ପୂର୍ଣ୍ଣ କୂମ୍ଭ ରଖି ମ’ ଙ୍କ ଶରଣପଶିଛନ୍ତି ଭକ୍ତ । କେବଳ ଏହି ଦଣ୍ଡ ଯାତ୍ରାରେ ହିଁ ଶିବ ଓ କାଳୀଙ୍କୁ ଏକତ୍ର ପୂଜା କରାଯାଇଥାଏ। ଏହି ବ୍ରତ ପାଳନର ବିଶେଷ ମହତ୍ୱ ରହିଥିବା ବେଳେ ଏହାକୁ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ। ଏହି ବ୍ରତ ପାଳିବା ଦ୍ବାରା ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି। ଏହି ବିଶ୍ବାସକୁ ନେଇ ଭକ୍ତମାନେ ଯେତେ କଷ୍ଟହେଲେବି ବ୍ରତକୁ ପାଳନ କରୁଛନ୍ତି। ପୁରୁଷୋତ୍ତମଗପୁର ସହରେ ଥିବା ୩ଟି ଦଣ୍ଡ ଯାତ୍ରାଦଳ ଧୋବା ପୁଞ୍ଜା, ବିପତ୍ତିହାରିଣୀ ତେଲି ପୁଞ୍ଜା ଓ ଗୌଡ ପୁଞ୍ଜାରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭକ୍ତି ସହକାରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୨୧ ଦିନ କାଳ କଳାବସ୍ତ୍ରକୁ ପରିଧାନକରି ଶିବ କାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀ ନୃତ୍ୟ କରିଥାନ୍ତି। ମଧ୍ୟହ୍ନରେ ଟାଣ ଖରାରେ ଧୂଳି ଦଣ୍ଡ, ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡ, ଅର୍ଦ୍ଧ୍ୱରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣ କରିବାରେ ଲାଗିଛନ୍ତିା ଏହା ସହ ଭୂକ୍ତାମାନେ ଆମ୍ବ ପତ୍ରରେ ଦାନ୍ତ ଶୋଧିତ କରି, ଖୋଲା ଆକାଶ ତଳେ ଖରାରେ ବର୍ଷାରେ ନିଘାଞ୍ଚନ ସ୍ଥାନରେ ରହିବା ସହ ଦିନକୁ ଗୋଟିଥର ନିଶବ୍ଦ ରାତ୍ରରେ ଅକଟା ଅବଟା, ଅଫୁଟା ଖାଦ୍ୟ ଖାଇବେ। ଏହାସହ ଜନସାଧାରଣଙ୍କ ମନୋରଞ୍ଜନ ଲାଗି ଧୋବପୁଞ୍ଜା ଅଧିକାରୀ ଭାସ୍କର ସେଠୀ, ବିପତିହାରିଣୀ ତେଲିପୁଞ୍ଜାଅଧିକାରୀ ପ୍ରକାଶଚନ୍ଦ୍ର ବେହେରା, ଓ ଗୌଡପୁଞ୍ଜା ଅଧିକାରୀ ବିଣାଗୌଡଙ୍କ ତତ୍ୱାବଧାନରେ ସାମାଜିକ ନାଟକମାନ ପରିବେଶଣ କରାଯିବ। ଆସନ୍ତା ମେଷସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel