ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦଶଭୁଜା

ଭୁବନେଶ୍ୱର,୨୩ା୧୦: ଆଜି ଅର୍ଥାତ୍‌ ସୋମବାର ମା’ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଲାଣି। ରସୁଲଗଡ଼, ବମିଖାଲ, ଶହୀଦନଗର, ନୟାପଲ୍ଲୀ ଆଦି ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଆଜି କିଛି ମଣ୍ଡମରେ କୁମାରୀ ପୂଜା, ଗୋ-ପୂଜନ କରାଯାଉଛି। ମୃଣ୍ମୟୀ ଦେବୀଙ୍କ ନିକଟରେ ଆଜି ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୀଠରେ ଦଶମୀ ପୂଜା ଚାଲିଛି।