ଧରାପୃଷ୍ଠରୁ ବିଦାୟ ନେଲେ ମା’

କଟକ,୨୫ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ବୁଧବାର ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି କଟକ ସହର। କାଠଯୋଡ଼ି ନଦୀର ଦେବୀଗଡ଼ାରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ ଖୋଳାଯାଇଥିଲା। କେତେକ ସ୍ଥାନରେ ମଙ୍ଗଳବାର ରାତିରୁ ମା’ଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ବୁଧବାର ସନ୍ଧ୍ୟା ସୁଦ୍ଧା ୬୫ ମେଢ଼ ବିସର୍ଜନ ହୋଇଥିବା ଜଣାପଡ଼ିଛି। ଏହାକୁ ଦେଖିବା ପାଇଁ ଦେବୀଗଡ଼ାଠାରେ ଜନସମାଗମ ହୋଇଥିଲା। ଭସାଣି ପାଇଁ ଦେବୀଗଡ଼ାଠାରେ ରାସ୍ତାଘାଟ ସଫା କରାଯାଇଥିବା ବେଳେ ଆଲୋକୀକରଣ, ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ କଟକ ସହରର ୧୭୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଭସାଣିବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Share