୧୫ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗା

ବ୍ରହ୍ମପୁର ଅଫିସ୍‌, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ ବିଭିନ୍ନ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ମର୍ମରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ସତ୍ୟ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଯାହାର ଉଚ୍ଚତା ଯଥାକ୍ରମେ ୧୨ ସେ.ମି.ଏବଂ ଓସାର ୧୧ ସେଣ୍ଟିମିଟର ରହିଛି। ଏଥିରେ ୧୫ଟି ଆଇସ୍‌କ୍ରିମ୍‌ କାଠି ବ୍ୟବହାର ହୋଇଛି। ଏହାକୁ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି।