ଆଲୋକମାଳାରେ ଝଲସୁଛନ୍ତି ମା’

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା ବେଳେ ମଣ୍ଡପରେ ମା’ଙ୍କର ଆରାଧନା ଚାଲିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି। ଏହି ପୂଜାମଣ୍ଡପ ୪୬ ବର୍ଷରେ ପଦାର୍ପଣ କରିଛି। ପୋଲିସ ନେତୃତ୍ୱରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସପ୍ତମୀର ସନ୍ଧ୍ୟାରେ ଆୟୋଜକଙ୍କ ଦ୍ୱାରା ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦର୍ଶକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share