ପାଟଣା,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ନୀତି କାନ୍ତି କୋଭିଡ୍ କଟକଣା ମଧ୍ୟରେ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ପଣ୍ଡିତ ଦେବେନ୍ଦ୍ର କୁମାର ମିଶ୍ର ଓ ବୃନ୍ଦାବନ ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ଦେବନୀତି ସମ୍ପନ୍ନ କରିଥିଲେ। ଆୟୋଜକ ଦୁର୍ଗା ପୂଜା କମିଟି ପକ୍ଷରୁ ମାଧବାନନ୍ଦ ପୃଷ୍ଟି, କମଳାକାନ୍ତ ପତି, ଯୁଗଳ କିଶୋର ଦାଶ, ବିଭୂତି ଭୂଷଣ ବେହେରା,ସହଦେବ ବେହେରା, ଅଜୟ କୁମାର ବେହେରା, ସୁବୁଦ୍ଧି ବେଜ, ନନ୍ଦ କିଶୋର ଦାଶ, ଯୁଗଳ କିଶୋର ଦାଶ ଓ ଭକ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୃଙ୍ଖଳାର ସହ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରୁଛନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।