ଗଞ୍ଜାମ,୫।୧୦(ବ୍ୟୁରୋ): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ନିକଟସ୍ଥ ଥିବା ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା’ଙ୍କ ଯାତ୍ରା ବୁଧବାର ଆରମ୍ଭ ହୋଇଛି l ଏହି ଅବସରରେ ମା’ ଗଙ୍ଗାଦେବୀ, ବରପଲି ପୁଡୁଗେଶର ମହାଦେବ ଏବଂ ବାବା ଖଣ୍ଡେଶର ଋଷିକୁଲ୍ୟା ନଦୀଠାରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା l ପରେ ଦୁଇ ଠାକୁର ଓ ଠାକୁରାଣୀଙ୍କ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ଗଙ୍ଗାଦେବୀଙ୍କ ପୀଠରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛିl ତେବେ ଗୁରୁବାର ସାରେ ଯାତ୍ରା ଶେଷ ହେବ ବୋଲି ଯାତ୍ରା ପରିଚାଳନା କମିଟି ତଥା ଗ୍ରାମବାସୀ ସୂଚନା ଦେଇଛନ୍ତି l