ଆଶା ଭରସାର ଶକ୍ତିପୀଠ ମା’ କୁଲାଗଡ଼ କାଳୀ

ଶେରଗଡ଼, ୧୭ା୩ (ଡି.ଏନ୍‌.ଏ.): ଓଡ଼ିଶାରେ ଶକ୍ତି ପୀଠର ଅଭାବ ନାହିଁ। ଶକ୍ତି ପୀଠଗୁଡିକ ସାଧାରଣତଃ ବିଭିନ୍ନ ଐତିହାସିକ କିମ୍ବଦନ୍ତୀକୁ ନେଇ ଗଢିଉଠିଛି। ତେବେ ଗଞ୍ଜାମ ଜିଲାର ତାରାତାରିଣୀ, ନାରାୟଣୀ, ବାଗ୍‌ଦେବୀ, ଦକ୍ଷିଣକାଳୀ ମଧ୍ୟରେ ବିଭିନ୍ନ ଜାଗାର ମା’ କାଳୀଙ୍କୁ ନେଇ ବିଭିନ୍ନ ଇତିହାସ ରହିଛି। ବିଶେଷ କରି ଚୈତ୍ର ମାସରେ ପଡୁଥିବା ଦଣ୍ଡ ନାଚକୁ ନେଇ ଗଞ୍ଜାମ ଜିଲା ଚଳଚଞ୍ଚଳ ହୋଇଉଠେ। ମା’ କୁଲାଗଡ଼ କାଳୀ ପୀଠ ଉତ୍ସବମୁଖର ହୋଇଉଠେ। କାରଣ ଏହି ଦଣ୍ଡନାଚର ମହିମା ଓ ମହତ୍ତ୍ୱ ଅପାର। ସମସ୍ତ ଦଣ୍ଡନାଚ ମଧ୍ୟରେ କୁଲାଗଡ଼ କାଳୀଙ୍କ ଶକ୍ତି ପୀଠରେ ନିଆରା ଅନୁଭୂତି ମିଳେ। ଶେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମର ମଧ୍ୟ ଭାଗରେ ଅବସ୍ଥିତ ଏହି ଶକ୍ତି ପୀଠ। ପ୍ରତି ଦିନ ଶହ ଶହ ଦର୍ଶକ ଆସନ୍ତି। ମା’ଙ୍କ ଦର୍ଶନ ସାଙ୍ଗକୁ ନିକଟସ୍ଥ ବନରାଜି ଶୋଭା ଦେଖିବା ସହ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ।
ଏହି ଶକ୍ତି ପୀଠ ଦୀର୍ଘ ୨୦୦ ବର୍ଷ ତଳେ ଉକ୍ତ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି କୃଷ୍ଣଚନ୍ଦ୍ର ନାଇକ, ସୁବୁଦ୍ଧି ନାଇକ ନିକଟସ୍ଥ ଲାଠିପଢ଼ା ଗ୍ରାମରୁ ବିଗ୍ରହଙ୍କୁ ଆଣି ମା’ଙ୍କୁ ଏକ କୁଡ଼ିଆ ଘରେ ରଖି ପୂଜାର୍ଚ୍ଚନା କରୁଥିଲେ। ଉକ୍ତ ଗ୍ରାମର ହରିଜନ ସାହିରେ କିଛି ବର୍ଷ ଭୋଗ ରାଗ ଚାଲେ। ତେବେ ଉକ୍ତ ସାହିରେ କିଛି ବର୍ଷ ମା’ ପୂଜା ପାଇବା ପରେ
କାଳକ୍ରମେ ମା’ଙ୍କୁ ନିତ୍ୟ ଭୋଗ ହୋଇପାରିଲା ନାହିଁ। ଫଳରେ ସେହି ସମୟର ବଦାନ୍ୟ ବ୍ୟକ୍ତି ସୋମନାଥ ଗୌଡ଼ଙ୍କ ବାପା କିଛି ବ୍ୟକ୍ତିଙ୍କ ସହ ମିଶି ଗ୍ରାମର ମଧ୍ୟ ଭାଗରେ ମା’ ଙ୍କୁ ଆଣି ପୂଜାର୍ଚ୍ଚନା କଲେ। ଏକ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଲା। କାଳକ୍ରମେ ଉକ୍ତ ମନ୍ଦିର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କନିର୍ମାଣ କରାଗଲା। ମା’ଙ୍କ ମହତ୍ତ୍ୱ ଦିନକୁ ଦିନ ପ୍ରଚାରିତ ହେବାକୁ ଲାଗିଲା। ପରେ ଆରମ୍ଭ ହେଲା ମା’ଙ୍କ ମେରୁପର୍ବ। ଚୈତ୍ର ମାସର ମେରୁପର୍ବ ମା’ଙ୍କ ମୁଖ୍ୟ ପର୍ବ ହୋଇଥିଲା। ମା’ଙ୍କୁ ବିଶ୍ୱାସ କରି ବ୍ରହ୍ମପୁର ଅଞ୍ଚଳର ବହୁ ନିଃସନ୍ତାନ ତାଙ୍କ ନିକଟକୁ ଆସି ସୁଫଳ ପାଇବା ସହ ସନ୍ତାନପ୍ରାପ୍ତି ପରେ ଧୀରେ ଧୀରେ ମେରୁଯାତ୍ରାରେ ଗହଳି ଲାଗିଲା। ପ୍ରତିବର୍ଷ କେତେକ ଦଣ୍ଡୁଆଙ୍କୁ ନେଇ ଧୀରେ ଧୀରେ ଆରମ୍ଭ ହୋଇଥିବା ଏହି ମେରୁ ପର୍ବରେ ବର୍ତ୍ତମାନ ଦଣ୍ଡୁଆଙ୍କ ସଂଖ୍ୟା ୧ ହଜାରରୁ ଊର୍ଦ୍ଧ୍ୱ ହେଲାଣି। ମା’ ଙ୍କ ନିକଟରେ ଶୁଭ ମନାସି ବହୁ ଦୂରରୁ ଲକ୍ଷାଧିକ ଲୋକ ନିଜର ସଫଳତା ପାଇଁ କୁଲାଗଡ଼ କଳୀଙ୍କୁ ଶ୍ରେୟ ନେଉଛନ୍ତି।
ଏହି ଦଣ୍ଡଯାତ୍ରାର ନିଆରା ପରମ୍ପରା ହେଉଛି, ବହୁ ଦଣ୍ଡୁଆ ହୋଇଥିବାରୁ କେବଳ କାମନା ଦଣ୍ଡରେ ହିଁ ରାତି ପାହିଯାଏ। ଏପରି ୧୩ଦିନ ଯାତ୍ରା ମା’ ବୁଲି ବୁଲି କରୁଥିବା ବେଳେ ସଂକ୍ରାନ୍ତି ପୂର୍ବ ଦିନ ଗ୍ରାମକୁ ଫେରନ୍ତି। ଏଇ ଦଣ୍ଡନାଚ କରିବାକୁ ହେଲେ ଜଣେ କାମନାଧାରୀଙ୍କୁ ବହୁ ବର୍ଷ ଜଗିବାକୁ ପଡେ। ମା’ ଙ୍କ ୧୩ଦିନ ମେରୁଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ସଞ୍ଜ ନଇଁଲେ ମା’ଙ୍କ ମନ୍ଦିରରେ ଘଣ୍ଟା, ଢୋଲ ଶବ୍ଦ ବାଜିଉଠେ। ଆଖପାଖ ଶହେ ଖଣ୍ଡ ଗ୍ରାମର ଜନସାଧାରଣଙ୍କ ଆଶା ଭରସାର ଶକ୍ତି ପୀଠ ହେଉଛି ମା’ କୁଲାଗଡ଼ କାଳୀ । ଏବେ ମା’ଙ୍କ ମନ୍ଦିର ନବୀକରଣ ହୋଇଛି। ବଡ଼ସିଂହ ଦ୍ବାର ସହ କଲ୍ୟାଣ ମଣ୍ଡପ, ରହିବା ପାଇଁ ବ୍ୟବସ୍ଥା, ପାଣି ଆଲୁଅର ବ୍ୟବସ୍ଥା ଦର୍ଶକ ଓ ଆଗନ୍ତୁକମାନଙ୍କୁ ଟାଣି ଆଣୁଚି।
କୁଲାଗଡ଼ର ରାଜେନ୍ଦ୍ର ପଣ୍ଡା କହନ୍ତି, ମା’ କୁଲାଗଡ଼ କାଳୀଙ୍କ ମହିମା ଅପାର। କୁଲାଗଡ଼ ଓ ଆଖପାଖ ଗ୍ରାମର ରକ୍ଷାକର୍ତ୍ତା ହେଉଛନ୍ତି ମା’। ତାଙ୍କୁ ଡାକିଲେ ଶୁଣନ୍ତି । ବିଡିଓ ଶିବାଶିଷ ବରାଳ ଓ ତହସିଲଦାର ତ୍ରିଦେବ ରଥ କହନ୍ତି, ମା’ଙ୍କ କରୁଣା ଅପାର। ଆମ ଶେରଗଡ଼ ବ୍ଲକରେ ଏହି ସ୍ଥାନଟି ଶକ୍ତି ପୀଠ ଭାବେ ଖ୍ୟାତିଲାଭ କରିଛି। ବିଶେଷ କରି ମେରୁଯାତ୍ରା ନିମନ୍ତେ ଏହା ପ୍ରସିଦ୍ଧ। ଏଣୁ ଏହାର ବିକାଶ ନିମନ୍ତେ ଆମର ଚେଷ୍ଟା ଜାରି ରହିବ। କୁଲାଗଡ଼ର ସୀମାଞ୍ଚଳ ସେନାପତି କହନ୍ତି, ମା’ଙ୍କ ୧୩ ଦିନିଆ ମେରୁଯାତ୍ରା ଓ ସଂକ୍ରାନ୍ତି, ମଙ୍ଗଳବାର, ଶନିବାର, ଅମାବାସ୍ୟା, ଅଷ୍ଟମୀ ଦିନ ମନସ୍କାମନା ପାଇଁ ମା’ଙ୍କ ପୀଠକୁ ଭକ୍ତ ଆସନ୍ତି। ନିଜର ମନସ୍କାମନା ପୂରଣ ପାଇଁ ମା’ଙ୍କୁ ଭିକ୍ଷା କରନ୍ତି। ପ୍ରବାଦ ଅଛି ତାର ଠିକ୍‌ ପର ବର୍ଷ ଉକ୍ତ ମାନସିକଧାରୀଙ୍କ ମନସ୍କାମନା ନିଶ୍ଚିତ ଭାବେ ପୂରଣ ହୋଇଥାଏ। ପୂର୍ବତନ ସରପଞ୍ଚ ବୃନ୍ଦାବନ ଗୌଡ଼ କହନ୍ତି, ମା’ ହେଉଛନ୍ତି ଚଳନ୍ତି ଶକ୍ତିମୟୀ । ମା’ ଙ୍କ କୃପାରୁ ହିଁ ଆମେ କୁଲାଗଡ଼ବାସୀ ସୁଖରେ ଜୀବନ ଧାରଣ କରିଅଛୁ।

ସୂର୍ଯ୍ୟନାରାୟଣ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri