ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରିଆସୁଥିଲେ ବୋଲି କୁହାଯାଏ। ସେବେଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହର ସହ ଚାଲିଆସୁଛି। ଅଭୟ ବରଦା, ଚତୁର୍ଭୁଜା, ପଦ୍ମାସୀନା, ମା’ ଲଙ୍କେଶ୍ୱରୀ ଶକ୍ତିପୀଠାଧୀଶ୍ୱରୀ ଭାବରେ ପୂଜା ପାଇଆସୁଛନ୍ତି। ଆଶ୍ୱିନ ମୂଳାଷ୍ଟମୀ ଦିନ ଦେବୀଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୁଏ। କେଉଁ ଆବହମାନ କାଳରୁ ଆମ ଦେଶରେ ଶକ୍ତି ଉପାସନାର ପରମ୍ପରା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଶାସ୍ତ୍ର ଓ ପୁରାଣରେ ଅନେକ ବିଧିବିଧାନ ମଧ୍ୟ ରହିଛି। ଦେବୀଙ୍କ ପୂଜା ପୂର୍ବରୁ ତାଙ୍କ ଅସ୍ତ୍ରଶସ୍ତ୍ର ପୂଜା କରିବାର ମଧ୍ୟ ଶାସ୍ତ୍ରୀୟ ନିୟମ ରହିଛି। ଦେବୀଙ୍କ ଖଡ୍ଟ ବା ଖଣ୍ଡା ହେଉଛି ଶକ୍ତି ଓ ସୌର୍ଯ୍ୟର ପ୍ରତୀକ। ସେଥିପାଇଁ ପୂର୍ବରୁ ରାଜାମାନେ ଦେବୀ ଉପାସନା ସହ ଖଣ୍ଡାକୁ ପୂଜା କରିଆସୁଛନ୍ତି। ଏହି ପର୍ବ ପୂର୍ବରୁ ଖଣ୍ଡାକୁ ବାହାରକରି ମାର୍ଜନା କରାଯାଏ ଓ ଶୁଦ୍ଧପୂତ କରି ଅକ୍ଷତ (ଅରୁଆ ଚାଉଳ) ଉପରେ ଥୋଇ ପୂଜାର୍ଚ୍ଚନା କରାଯାଏ। ତା’ ପରେ ଏହାକୁ ମା’ଙ୍କ ସିଂହାସନ ପାଖରେ ରଖାଯାଇଥାଏ।

ଉତ୍ସବର ପୁରୋଧା: କଳାହାଣ୍ଡି ମହାରାଜା ହେଉଛନ୍ତି ଏହି ପର୍ବର ମୁଖ୍ୟ ପୁରୋଧା। ପର୍ବଦିନ ସେ ଭବାନୀପାଟଣା ରାଜବାଟୀରୁ ଜୁନାଗଡ଼ ଆସି ଡାକବଙ୍ଗଳାରେ ସପରିବାର ଉପସ୍ଥିତ ରହନ୍ତି। ତାଙ୍କ ଆଗମନକୁ ସ୍ବାଗତ ଜଣାଇବା ପାଇଁ ବାଜି ଉଠେ ବୀରବାଦ୍ୟ ଘୁମୁରା। ଲୋକେ ତାଙ୍କୁ ବାଜା ରୋଶଣିରେ ପାଛୋଟି ଆଣନ୍ତି ଡାକବଙ୍ଗଳାକୁ। ପୂର୍ବରୁ କଳାହାଣ୍ଡି ମହାରାଜ ଜୁନାଗଡ଼କୁ ଆସିଲେ ଏହି ପୁରାତନ ଡାକବଙ୍ଗଳାରେ ଅବସ୍ଥାନ କରୁଥିଲେ। ସେହି ପରମ୍ପରା ଅନୁସାରେ ଉତ୍ସବ ଦିନ ରାଜ ପରିବାର ଡାକବଙ୍ଗଳାରେ ରହିଥାନ୍ତି। ଲଙ୍କେଶ୍ୱରୀ ମନ୍ଦିର ନିକଟ ବୁଢ଼ାରଜା ମନ୍ଦିରରୁ ସଙ୍ଗୁଆରୀ ଖଣ୍ଡା ଓ ଲଙ୍କେଶ୍ୱରୀ ମନ୍ଦିରରୁ ପାଟଖଣ୍ଡା ଡାକବଙ୍ଗଳା ପରିସରରେ ନିର୍ମିତ ହୋଇଥିବା ଅସ୍ଥାୟୀ କୁଡ଼ିଆକୁ ପୂଜକ ଆଣିବେ। ପରେ ସ୍ବର୍ଣ୍ଣକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବେ। ମାର୍ଜନା ପରେ ବିବିଧ ବାଦ୍ୟ ବାଦିତ ହୋଇ ଏକ ଶୋଭାଯାତ୍ରାରେ ପୂଜାରୀ ଖଣ୍ଡାକୁ ମନ୍ଦିରରେ ପ୍ରବେଶ କରେଇବା ପରେ ରାଜା ମନ୍ଦିରକୁ ଆସନ୍ତି। ସେଠାରେ ଦେବୀଙ୍କର ଖଣ୍ଡାବସା ପୂଜା ନିମିତ୍ତ ଷୋଡ଼ଶ କଳସ ସ୍ଥାପନ ପୂର୍ବକ ପଣ୍ଡିତମାନଙ୍କୁ ଯଥାଯୋଗ୍ୟ ବରଣକରି ପାଟଖଣ୍ଡାକୁ ଦେବୀଙ୍କ ପାର୍ଶ୍ୱରେ ଥିବା ଚାଉଳ ଉପରେ ଉପବେଶନ କରାନ୍ତି। ପରେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୁଏ। ବାମ ଓ ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ ପୂର୍ବକ ଶକ୍ତିପୂଜା ଓ ତନ୍ତ୍ରପୂଜା ମାଧ୍ୟମରେ ପୂଜାପାଠ କରନ୍ତି। ପରେ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଟି ଦୀପକୁ ପ୍ରଜ୍ଜ୍ୱଳନ କରନ୍ତି। ଲୋହିତ ପାଟବସ୍ତ୍ର ସୁଶୋଭିତା, ମନ୍ଦାରମାଳା ବିମଣ୍ଡିତା ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ଧୂପଦୀପ, ନୈବେଦ୍ୟ ଅର୍ପଣ ପରେ ଲଙ୍କେଶ୍ୱରୀଙ୍କ ପୂଜକ ପାଟଗଡ଼ରା ନାମକ ପଶୁ (ମେଷ) ଓ ମହାପଶୁ (ପୋଢ଼) ମା’ଙ୍କ ଉଦ୍ଦେଶ୍ୟରେ ବଳି ଦିଅନ୍ତି। ଏହାପରେ ଜନସାଧାରଣ ଆଳିତ ଦର୍ଶନ କରନ୍ତି, ପୂଜା ସମାପନ ହୁଏ। ଖଣ୍ଡାବସା ସାରି ମହାରାଜା ଲଙ୍କେଶ୍ୱରୀଙ୍କ ପାର୍ଶ୍ୱଦେବତା ଶ୍ରୀ ଶ୍ରୀ ବୁଢ଼ାରଜା ଲିଙ୍ଗକୁ ପୂଜାର୍ଚ୍ଚନା ପାଇଁ ବୁଢ଼ାରଜାଙ୍କ ମନ୍ଦିରକୁ ବିଜେ କରନ୍ତି। ବୁଢ଼ାରଜାଙ୍କ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ। ଏଥିପାଇଁ ପୂଜକ, ସୁଆର, ବୋଉଦ, ଫୁଲବାଲା, ବାଜାବାଲା, ଘଣ୍ଟୁଆ, ଶଙ୍ଖୁଆ ବଂଶାନୁକ୍ରମେ ଦେବୀଙ୍କ ସେବା କରିଆସୁଛନ୍ତି।

ଉତ୍ସବର ମାହୋଲ: ଖଣ୍ଡାବସା ରାତିରେ ହସିଉଠେ ଜୁନାଗଡ଼ ସହର। ଜିଲାର ବିଭିନ୍ନ ଅଞ୍ଚଳ ସମେତ ଜିଲା ବାହାରୁ ଏପରି କି ରାଜ୍ୟ ବାହାରୁ ବହୁ ଦର୍ଶକ, ଶ୍ରଦ୍ଧାଳୁ ଏହି ପର୍ବ ଦେଖିବାକୁ ଆସିଥାନ୍ତି। ଅତୀତରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଲୋକଙ୍କର ମଧ୍ୟ ଏହା ପ୍ରିୟ ଉତ୍ସବ ଥିଲା। ପାର୍ବଣ ସମୟରେ ସେଠାରୁ ଅନେକ ବ୍ୟବସାୟୀ ଏଠାକୁ ଆସନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟଗୀତ ପ୍ରତିଯୋଗିତା, ଘୁମୁରା ପ୍ରତିଯୋଗିତା, ଘୋଡ଼ାନାଚ, ଫୁଟ୍‌ବଲ ପ୍ରତିଯୋଗିତା, ନାଟକ, କୀର୍ତ୍ତନ ପରିବେଷଣ ହୋଇଥାଏ। ମଙ୍ଗଳବାର ମା’ଙ୍କର ଖଣ୍ଡାବସା ପର୍ବ ପାଳନ ହେଉଥିବାରୁ ଜୁନାଗଡ଼ ସହର ଚଳଚଞ୍ଚଳ ହୋଇଉଠିଛି।

– ରିପୋର୍ଟ: ଉତ୍ତମ କୁମାର ଦାଶ, କଳାହାଣ୍ଡି


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri