Advertisement

ବ୍ରାହ୍ମଣୀଗାଁରେ ମା’ ଲୁର୍ଦ୍ଧୁମେରୀଙ୍କ ପର୍ବ: ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ

ବ୍ରାହ୍ମଣୀଗାଁ,୧୧ା୨(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁସ୍ଥିତ କ୍ୟାଥେଲିକ ମଣ୍ଡଳୀ ପକ୍ଷରୁ ମା ’ ଲୁର୍ଦ୍ଧୁମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଆର୍ଚ୍ଚ ଡାଇସେସର କୁଳାଧିପତି ଯାଜକ ଦିବ୍ୟସିଂହ ପରିଚ୍ଛା ଯୋଗ ଦେଇ ପୌରୋହିତ୍ୟ କରିଥିବା ବେଳେ ଭିକାର୍‌ ଜେନେରାଲ ଯାଜକ ପ୍ରଦସ ଚନ୍ଦ୍ର ନାୟକ ଯୋଗ ଦେଇ ବାଇବେଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ। ଦିବ୍ୟଯଜ୍ଞରେ ସମ୍ମାନିତ ଅତିଥି ଭାବେ ଯାଯକ ମନୋରଞ୍ଜନ ସିଂ, ଦେବରାଜ ସିଂ, କାଶିଆନ ପ୍ରଧାନ, ମନୋଜ ବାଗ ସିଂଙ୍କ ସମେତ ଅନ୍ୟ ଯାଜକମାନେ ଯୋଗ ଦେଇ ସହଯୋଗ କରିଥିଲେ। ବାଇବେଲ ପଠନରେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, ବିପିନ ବଳିଆର ସିଂ, ରାଣୀମା ସିଂ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାୟ ସମସ୍ତ ଅତିଥି ଯାଜକମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ସେବାଭଗ୍ନି ଓ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ ସ୍ବାଗତ କରିଥିଲେ। ଯାଯକ ଭଞ୍ଜ କିଶୋର ନାୟକଙ୍କ ନିର୍ଦ୍ଦେଶନାରେ ଥାମସ ନାୟକ ଓ ଅଞ୍ଜନା ଉଥାନ ସିଂଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିବା ବେଳେ ନିତିନ ଓ ପରସ ମ୍ୟୁଜିକ ପରିଚାଳନା କରିଥିଲେ। ହୋଲି କ୍ରସ ସଂଘର ସେବା ଭଗ୍ନୀ ମାନେ ବେଦୀ ସାଜସଜ୍ଜାରେ ସହଯୋଗ କରିଥିଲେ। ସହକାରୀ ଯାଯକ ଉନିଲ ଦିଗାଲ ମଞ୍ଚ ସଂଯୋଜନା କରିଥିଲେ। ସନ୍ଧ୍ୟାରେ ଖ୍ରୀଷ୍ଟୀୟ ଶ୍ରଦ୍ଧାଳୁ ମାନେ ମା ’ ମେରୀଙ୍କ ପ୍ରତିମୂର୍ତ୍ତି ଧରି ଚର୍ଚ୍ଚଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ। ଯାଜକ ରାଜୀବ ଲୋଚନ ବଳିଆର ସିଂ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ କରାଯିବାକୁ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାଇ, ସମ୍ପାଦକ ରାଧାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ। କୁକୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share