ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ ଯାତ୍ରାପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଯାତ୍ରାକମିଟି ସଭାପତି ସିମାଞ୍ଚଳ ପାତ୍ର,କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ରେଡ୍ଡୀ,ଅଭିମନ୍ୟୁ ମହାରଣା,ଦୀପକ କୁମାର ଡାକୁଆ,ଅଜିତ ରଥ,କାଳିଆ ରଥ ପ୍ରମୁଖ ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ଶେଷମୁଣ୍ଡରେ ବିରାଜିତ ମା’ଙ୍କ ମନ୍ଦିରରେ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବହୁ ସଂଖ୍ୟକ ମହିଳା ପୁରୁଷ ଶୁଭଖୁଣ୍ଟିକୁ ଧରି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହା ପରେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଆସନ୍ତା ୧୮ ତାରିଖଠାରୁ ୨୫ ତାରିଖ ୮ ଦିନବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା ନିମନ୍ତେ ୪୪ ଜଣଙ୍କୁ ନେଇ କମିଟି ଗଠିତ ହୋଇଛି। ପ୍ରତିଦିନ ଅସ୍ଥାୟୀ ଯାତ୍ରା ପୀଠରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା: ସରକାରୀ ଜମି ଛାଡ଼ିବାକୁ ଗ୍ରାମବାସୀଙ୍କୁ ୪ ଦିନ ସମୟ

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତର ଅଁଳାପୋଶି (ଘୁରୁଡୁଖମଣ ରାଜସ୍ବ ଗ୍ରାମ ଅଧିନସ୍ଥ ପଡ଼ା ଗ୍ରାମ)ରେ ସରକାରଙ୍କ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image