ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଫଳରେ ଭକ୍ତମାନେ ଫୁଲ, ଧୂପ, ଦୀପ ଧରି ମନ୍ଦିରକୁ ଆସିଛନ୍ତି ଏବଂ ଦେବୀଙ୍କ ଦର୍ଶନ କରୁଛନ୍ତି। ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇ ଥିବାବେଳେ ସାଜସଜ୍ଜା ଏବଂ ଭକ୍ତଙ୍କ ଅଖଣ୍ଡ ଦୀପରେ ମନ୍ଦିର ଝଲସି ଉଠୁଛି।