ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ୍‌,୨୫।୯: ବରଗଡ଼ ସହର ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ରବିବାର ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟା ତିଥିରେ ଦେବୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

ଅନ୍ୟପକ୍ଷେ ସକାଳୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ପୂଜା ସାମଗ୍ରୀ ଧରି ଦେବୀଙ୍କୁ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇ ଥିବାବେଳେ ପଣ୍ଡିତମାନେ ମା’ଙ୍କ ବେଶ କରି ପୂଜାର୍ଚ୍ଚନା କରିଥିଲେ।