ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା।

ଅନ୍ୟପକ୍ଷେ ଘୋଷଯାତ୍ରାକୁ ନେଇ ପୁରୀ ସହରକୁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏବଂ ସିସିଟିଭିରେ ନଜର ରଖାଯାଇଛି। ଏପରି କି ସହରରେ ଟ୍ରାଫିକ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରାଯାଉଛି। ୧୭୦ ପ୍ଲାଟୁନ୍‌ ଫୋର୍ସ ସମେତ ସାଦା ପୋଷାକଧାରୀ ପୋଲିସ୍‌, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିଛନ୍ତି।

Share