ମା’ ତାରାତାରିଣୀ, ଦକ୍ଷିଣକାଳୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୭ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀ ଓ ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି। ଏହା ଷୋହଳ ଦିନ ଧରି ଚାଲିବ। ପ୍ରଥମ ଦିନ ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ସ୍ନାନବେଦୀକୁ ଅଣାଯାଇଥିଲା। ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରି ସେବାୟତ ବୋହୂମାନେ ଆଣିଥିବା ଜଳରେ ମା’ଙ୍କୁ ସ୍ନାନ କରାଯାଇ ପୁଣି ଗର୍ଭଗୃହକୁ ନିଆଯାଇଥିଲା। ସେଠାରେ ସଙ୍କଟ ତାରିଣୀଙ୍କ ସହ ମହାସ୍ନାନ କରାଯାଇଥିଲା। ମା’ଙ୍କ ମୁଖ୍ୟ ପୁରୋହିତ ପ୍ରତାପୁର ଗ୍ରାମର ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମା ପରମ୍ପରା ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରି ରାତିରୁ ଚଣ୍ଡିପାଠ ଓ ପୂଜା କରୁଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା କର୍ତ୍ତା ହୋଇଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ଧୃବରଣାଙ୍କ ସମେତ ସମସ୍ତ ସେବାୟତ ପୂଜା କାର୍ଯ୍ୟରେ ଲାଗିଛନ୍ତି। ଷୋହଳ ଦିନ ବ୍ୟାପି ପ୍ରତ୍ୟହ ଦିନକୁ ୨ଥର ଚଣ୍ଡି ପାଠ ହେବ। ମାଙ୍କ ଏହି ପର୍ବରେ ଆର୍ଶିବାଦ ଭିକ୍ଷା ଲାଗି ଭକ୍ତଙ୍କ ପ୍ରବଳ ଭିଡ ଜମିବାରେ ଲାଗିଛି। ସେହିପରି ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ମଧ୍ୟ ପୂଜା ଆରମ୍ଭ ହୋଇଛି। କିମ୍ବଦନ୍ତି ପ୍ରକାରେ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳର ସୁପ୍ରସିଦ୍ଧ କବିସୂର୍ଯ୍ୟ ବଳଦେବ ରଥଙ୍କ ଜ୍ୟେଷ୍ଠଭ୍ରାତା ଲୋକନାଥ ରଥଙ୍କ ଉଦ୍ୟମରେ ଜଉଗଡ଼ରେ ଅବହେଳିତ ଅବସ୍ଥାରେ ଥିବା କାଳୀ ମୂର୍ତ୍ତିଙ୍କୁ ଆଣି ଜଳେଶ୍ୱରଖଣ୍ଡିରେ ଅବସ୍ଥାପିତ କରିଥିଲେ। ମା ଦକ୍ଷିଣକାଳୀ କଳା ମୁଗୁନି ପଥରରେ ଅଷ୍ଟାଦଶ ଭୁଜା ମହିଷାସୁରକୁ ବଧ କରିବା ମୁଦ୍ରାରେ ଅଛନ୍ତି। ଏଠାରେ ଷୋଡ଼ଶ ଦିବ୍ୟସିଂହ ଶାରଦୀୟ ଦୁର୍ଗାପୂଜା କରାଯାଏ। ପ୍ରତ୍ୟେକ ଦିନ ୩ ଥର ଚଣ୍ଡୀ ପାଠ ଷୋଡଶ ଉପଚାର ପୂଜା ଓ ମହାପୂଜା କରାଯିବା ସହ ମହାଷ୍ଟମୀ ପୂଜା କରାଯାଇଥାଏ। ମହା ନବମୀ ଦିନ ବିଶ୍ରାମ ଚଣ୍ଡୀ ପୂଜା ହୁଏ। ଦଶହରା ସନ୍ଧ୍ୟାରେ ଦେବୀଙ୍କ ଘଟ ବିସର୍ଜନ ହୋଇଥାଏ । ମୁଖ୍ୟ ପୁରହିତ ଦିବ୍ୟସିଂହପୁରର ପଣ୍ଡିତ ବାସୁଦେବ ମିଶ୍ର ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ମନ୍ଦିର ପରିଚାଳନା ଟ୍ରଷ୍ଟି ଶଶି ଭୂଷଣ ପଣ୍ଡା ଓ ସମସ୍ତ ସେବକଙ୍କ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ବାତ୍ୟା‘ଦାନା’ ପ୍ରଭାବରେ ୧୦୮ ବ୍ଲକ ପ୍ରଭାବିତ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୭ା୧୦: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୧୪ ଜିଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri