Advertisement

ମା’ ତାରାତାରିଣୀଙ୍କ ଦ୍ୱିତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ଦୁଇ ଭଉଣୀ

ପୁରୁଷୋତ୍ତମପୁର,୫।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛିି। ସମଗ୍ର ରତ୍ନଗିରି ପାହାଡ ଚତୁପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି॥ ଏହି  ପାଳିରେ ରାତି ୧୨ ଟା ୩୦ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି,  ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ  ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ  ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା।
ଭୋର ୪ ଟାରେ ସାହାଣ ମେଲା ହୋଇଥିଲା।  ମା ’ ମହାଲକ୍ଷ୍ନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହା ସହ ରାତି ୧୨.୩୦ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକକୁମାର ମିଶ୍ର, ଆଇଆଇସି ରାଜେଶକୁମାର ନାୟକ, ଦେବୋତ୍ତର ବିଭାଗିୟ ଛତ୍ରପୁର ସର୍କିଲବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ବିଡିଓ ଶରତକୁମାର ପାତ୍ର, ତହସିଲଦାର ତଥା ଏନଏସି ନିର୍ବାହୀ  ଅଧିକାରୀ ଗୋବିନ୍ଦ ଡନସେନା,ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଓ ପ୍ରଶାନିକ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିବାରେ ଲାଗିଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା,  ସେବାୟତ ବାପୁଜୀ ରଣା, ଧୃବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରୁଛନ୍ତି । ମାନସିକ କରିଥିବା ଭକ୍ତମାନେ ପାହାଡ଼ ପାଦଦେଶରେ ଖୋଲା ଯାଇଥିବା ଚାରିଟି ମୁଣ୍ଡନ ଶାଳାରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇ  କେହି ୯୯୯ ପାହାଛ ଚଢି  ପାହା ଉପରକୁ ଯିବା ସହ ଅନ୍ୟ କେହି ବସ୍‌ ଓ ରୋପ ୱେ ମାଧ୍ୟମରେ ମଧ୍ୟ  ପାହାଡ ଉପରକୁ ଯାଇ ମା’ ଙ୍କ ଦର୍ଶନ କକରିବାରେ ଲାଗିଛନ୍ତି ।  ଚୋରି ଓ ଆଇନ ଶ୍ରୁଙ୍ଖଳା କାରଣରୁ  ସାଧାପୋଷାକରେ ପୋଲିସ କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel