କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦୁଝର ଜିଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏଣୁ ଏଠାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।
କରୋନା କଟକଣା ସ୍ବରୂପ, ଶୁକ୍ରବାର ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ହେଲେ ମା’ଙ୍କ ନୀତିକାନ୍ତି ଯଥାରୀତି ସମ୍ପନ୍ନ କରାଯିବ। ମା’ଙ୍କ ବେଶ, ସକାଳ ଆଳତି , ଅନ୍ନପ୍ରସାଦ ନୀତି, ସା ଆଳତି ଓ ପହଡ଼ ଆଳତି ଯଥାର ସମ୍ପାଦନ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।