ଆଜି ଖୋଲିଲା ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର,୧୮।୧(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ପୀଠ ସୋମବାରଠାରୁ ଖୋଲିଛି। ସକାଳେ ମା’ଙ୍କ ଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ କରୋନା କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ସେବାୟତ ପରିବାରଙ୍କ ପାଇଁ ୮ରୁ ୯ ତାରିଖ ପର୍ଯ୍ୟନ୍ତ ଖୋଲା ଯାଇଥିଲା। ତା’ ପରେ ଭକ୍ତଙ୍କ ବିନା ଭୋଗ ଏବଂ କରୋନା କଟକଣା ପାଳନ ସହ ମା’ଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତ ଆସି ଲମ୍ବାଧାଡ଼ିରେ ଦର୍ଶନ ପାଇଁ ଲମ୍ବାଧାଡ଼ିରେ ଅପେକ୍ଷା କରିଥିଲେ। ଘଟଗାଁ ତହସିଲଦାର, ବିଡିଓ, ଏସ୍‌ଡିପିଓଙ୍କ ଉପସ୍ଥିତ ରହି ତଦାରଖ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ମନ୍ଦିର ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି।

Share