ପୁରୁଷୋତ୍ତମପୁର,୨୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ସୋମବାର ରାତି ୧ଟା ୩୫ରେ ମନ୍ଦିର ଦ୍ୱାରା ଫିଠାଯାଇଥିଲା। ପରମ୍ପରା ଅନୁସାରେ ଅବକାଶ ନୀତି, ମଙ୍ଗଳ ଆଳତି, ମାଜଣା ଆଦି ପୂଜାର୍ଚ୍ଚନା କରାଯାଇ ଥିଲା। ପରେ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସେବାୟତମାନେ ସଜ୍ଜିତ କରିଥିଲେ। ଭୋର ସାଢେ ୪ଟାରେ ମା’ଙ୍କ ସାହାଣ ମେଲା ହୋଇ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ଯାତ୍ରାର ଦ୍ୱିତୀୟ ପାଳିରେ ଶତାଧିକ ମାନସିକଧାରୀ ନିଜ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ କରିଛନ୍ତି। ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଧ୍ରୃବ ରଣାଙ୍କ ସମେତ ସମସ୍ତ ସେବାୟତ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।