ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍ କମ୍ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହିପରି ମୁଦ୍ରାକୁ ଆଣ୍ଟିକ୍ ଭାବେ ବିବେଚନା କରାଯାଏ। ଏହି ପ୍ରାଚୀନ ମୁଦ୍ରାଗୁଡିକର ବଜାର ମୂଲ୍ୟ ବହୁତ ଅଧିକ। ଏମିତି କିଛି ଓ୍ବେବ୍ସାଇଟ୍ ଅଛି ଯେଉଁଠାରେ ଏହାକୁ ଦେଇ ବହୁତ ମୂଲ୍ୟ ପାଇପାରିବେ।
ସୂଚନାନୁଯାୟୀ, ୨୦୧୨ ମସିହାରେ ସରକାର ୫ ଏବଂ ୧୦ ଟଙ୍କିଆ ମୁଦ୍ରାରେ ମାତା ବୈଷ୍ଣୋ ଦେବୀଙ୍କ ଚିତ୍ର ମୁଦ୍ରଣ କରିଥିଲେ। ମାତ୍ର ଏହା ସୀମିତ ମୁଦ୍ରାରେ କରାଯାଇଥିଲା। ହିନ୍ଦୁ ମାନ୍ୟତା ଅନୁସାରେ ବୈଷ୍ଣୋ ଦେବୀଙ୍କ ଏହି ମୁଦ୍ରାକୁ ଲୋକମାନେ ନିଜ ପାଖରେ ରଖିବାକୁ ଚାହାନ୍ତି। କାରଣ ସେମାନେ ଏହାକୁ ଶୁଭ ମାନିଥାନ୍ତି। ଏଥିପାଇଁ ଯେତେବେ ଟଙ୍କା ଖର୍ଚ୍ଚ ହେଉ ସେମାନେ ପଛାନ୍ତି ନାହିଁ। ତେଣୁ ଯେତେବେଳେ ଏହି ମୁଦ୍ରାର ଅନ୍ଲାଇଟ୍ ଡାକରା ହୋଇଥାଏ ଏହାର ମୂଲ୍ୟ ବହୁତ ବଢ଼ିଯାଇଥାଏ।
ରିପୋର୍ଟ ଅନୁଯାୟୀ, ଏହି ମୁଦ୍ରା ଥିଲେ ଇଣ୍ଡିଆ ମାର୍ଟ, ପ୍ରିଣ୍ଟେଟ, ଇଣ୍ଡିଆନ୍ କରେନ୍ସି ଆଦି ଓ୍ବେବ୍ସାଇଟରୁ ୧୦ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ।