ଚଣ୍ଡିଗଡ଼,୨୮।୯(ପି.ଟି.): ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ସରକାର ଭାଙ୍ଗିବା ପାଇଁ ବିରୋଧୀ ଦଳ ଭାଜପା ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ଏହାକୁ ସାଥ୍ ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ ମାନ୍ ମଙ୍ଗଳବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆସ୍ଥା ଭୋଟ ଲୋଡ଼ିଛନ୍ତି। ଆସ୍ଥା ପ୍ରସ୍ତାବ ଉପରେ ଅକ୍ଟୋବର ୩ରେ ଭୋଟଗ୍ରହଣ କରାଯିବ। ସରକାର ଭାଙ୍ଗିବା ଲାଗି ଭାଜପା ଅପରେଶନ ଲୋଟସ୍ ଚଳାଇଛି। ଏଏପିର ୧୦ ଜଣ ବିଧାୟକଙ୍କୁ କିଣିବା ପାଇଁ ଭାଜପା ୨୫ କୋଟି ଲେଖାଏ ଯାଚିଥିବା ସରକାରୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ରାଜ୍ୟପାଳ ବନଓ୍ବାରିଲଶଲ୍ ପୁରୋହିତଙ୍କ ଅନୁମୋଦନ ପରେ ମଙ୍ଗଳବାର ବିଧାନସଭା ଅଧିବେଶନ ଡକାଯାଇଥିଲା। ମଙ୍ଗଳବାର ଅଧିବେଶନରେ ସରକାରଙ୍କ ପକ୍ଷରୁ ଆସ୍ଥାଭୋଟ ଲୋଡ଼ାଯାଇଥିଲା।