ସଞ୍ଜୟ ଦତ୍ତଙ୍କୁ କ୍ୟାନ୍‌ସର ହେବା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଛନ୍ତି ମାନ୍ୟତା ! ଏପରି କହି ବାଣ୍ଟିଲେ ଦୁଃଖ

ବମ୍ବେ: ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। କିଛିଦିନ ତଳେ ଏହା ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ବାଦଲ ଢ଼ାଙ୍କି ହୋଇଯାଇଛି। ହେଲେ ପରିସ୍ଥିତି ସହ ଲଢ଼ିବାକୁ ସେମାନେ ନିଶ୍ଚିତ କରିଛନ୍ତି। ସଞ୍ଜୟ ଏବେ ଚିକିତ୍ସାଧୀନ ଥିବା ବେଳେ ସ୍ତ୍ରୀ ମାନ୍ୟତା ବେଶ୍‌ ଭାଙ୍ଗି ପଡ଼ିଛନ୍ତି।

ସେ ଏକ ପୋଷ୍ଟ କରି ଦୁଃଖକୁ ଅନ୍ୟ ସହ ବାଣ୍ଟିଛନ୍ତି। ମାନ୍ୟତା ଲେଖିଛନ୍ତି, ବେଳେବେଳେ ଆପଣଙ୍କୁ ଚୁପ୍‌ ରହିବାକୁ ପଡେ। କାରଣ କୌଣସି ଶବ୍ଦ ଆପଣଙ୍କ ମନରେ ଏବଂ ହୃଦୟରେ କ’ଣ ଚାଲିଛି ତାହା କହିପାରିବ ନାହିଁ।

ତେବେ ସଞ୍ଜୟଙ୍କ କ୍ୟାନ୍‌ସର ହୋଇଥିବା ଜଣାପଡ଼ିବା ପରେ ଆଧିକାରିକ ଭାବେ ମାନ୍ୟତା ବୟାନ ଜାରି କରିଥିଲେ। ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

Share