କେନ୍ଦୁଝର,୯।୪(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା। ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯିବ। ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି। ମା’ଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।