ଯନ୍ତ୍ରପାତି ବଢ଼ାଉଛି କୃଷି ଉତ୍ପାଦନ

ନୟାଗଡ,୧୪।୧୧(ଲୋକନାଥ ମିଶ୍ର): ନୟାଗଡ ଷ୍ଟାଡିୟମରେ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏ ଅବସରରରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ସାହୁ ଯୋଗ ଦେଇ କହିଥିଲେ, ଚାଷ ଜମିର ପରିମାଣ ହ୍ରାସ ପାଇ ଚାଲିଛି। ତେବେ ଯାନ୍ତ୍ରୀକରଣ ଯୋଗୁ ଉତ୍ପାଦନ ବଢ଼ିବାରେ ଲାଗିଛି। ଖାଦ୍ୟଶଷ୍ୟରେ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ଏବେ ଚାଉଳ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିଛି। ପୁଣି ପନିପରିବା, ମାଛ, ଛତୁ, ଦୁଗ୍ଧରେ ଉତ୍ପାଦନ ବଢ଼ି ଚାଲିଛି। ମୁଖ୍ୟମନ୍ତ୍ରୀ କୃଷି ପାଇଁ ବ୍ୟବହୃତ ଯନ୍ତ୍ରପାତିରେ ରିହାତି ବ୍ୟବସ୍ଥା ଲାଗୁ ପରେ ସୁଫଳ ମିଳିଛି। ମୁଖ୍ୟବକ୍ତା ରୂପେ କୃଷି ବିଭାଗର ମୁଖ୍ୟଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗଦେଇ କହିଥିଲେ, କୃଷି ଯନ୍ତ୍ରପାତି ବିକ୍ରୟ ପାଇଁ ନୟାଗଡ଼ ଜିଲାକୁ ୧୨ କୋଟି ଟଙ୍କା ଟାର୍ଗେଟ ଦିଆଯାଇଛି। କୃଷିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ପରି ଅନେକ ଯୋଜନା ଚାଷ ପାଇଁ ନୂଆ ଦିଶା ଦେଖାଇଛି। ବହୁ ଯୁବକ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଆପଣେଇ ଚାଲିଛନ୍ତି। ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କହିଛନ୍ତି, କୃଷି ବିଭାଗର ବିଭିନ୍ନ ଯୋଜନା କିଛି ନିର୍ଦ୍ଦିଷ୍ଟ ଚାଷୀ ଉପଭୋଗ କରୁଛନ୍ତି। ତେଲିଆ ମୁଣ୍ଡରେ ତେଲ ଠିକ ନୁହେଁ। ସକରାରଙ୍କ ଯୋଜନା ସମସ୍ତ ଚାଷୀ ଜାଣିବା ଓ ପାଇବା ଦରକାର ବୋଲି କହିଥିଲେ। ସରକାର କୃଷି ପାଇଁ ଦେଉଥିବା ସବ୍‌ସିଡ ଓ ସୁବିଧା ସୁଯୋଗ ସମ୍ପର୍କରେ ଅଧିକ ସଚେନତାର ଆବଶ୍ୟକତା ରହିଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ, ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କୃଷି ବଜେଟ କରିବା ପରେ କୃଷି ଓ କୃଷକଙ୍କର ଉନ୍ନତି ହୋଇଛି। ଜିଲାପାଳ ସାହୁ କହିଥିଲେ, ଯନ୍ତ୍ରପାତିରେ ରିହାତି ଯୋଗୁ ଚାଷୀଙ୍କ ଆୟ ୨ ଗୁଣା ହୋଇଛି। କୃଷି କ୍ଷେତ୍ରରେ ରାଜ୍ୟ କୃଷି କର୍ମଣ ପୁରଷ୍କାର ବହୁ ଥର ପାଇଛି। ଜିଲା ମୁଖ୍ୟ କୃଷି ଅଧିକୋରୀ ବିଷ୍ଣୁ ପ୍ରସାଦ ସାହୁ ଧନ୍ୟବାଦ ଦେଇଥିବାବେଳେ ଅପନ୍ନା ପ୍ରିୟଦର୍ଶିନୀ ସଭା ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image