ପୋଲସରା,୧୬।୭(ସୁବ୍ରତ ବେହେରା)ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନି ଗ୍ରାମ ପଞ୍ଚାୟତ ଝିଟିକା ବାଡି ଗ୍ରାମରେ ମେଶିନ୍ ସାହାଯ୍ୟରେ ପୋଖରୀରୁ ମାଟି ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏବଂ ଭାରତୀୟ ଜନତା ପାର୍ଟି ଘୁମୁସର ଜିଲା ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ ସହିତ କର୍ମୀମାନେ ପହଞ୍ଚତ୍ ଏହି କାର୍ଯ୍ୟକୁ ବିରୋଧ କରିଥିଲେ। ଏହା ପରେ ସ୍ଥାନୀୟ ସରପଞ୍ଚ ପ୍ରତନିଧି ଚନ୍ଦ୍ର ଶେଖର ଡାକୁଆଙ୍କୁ କାହିଁକି ଗ୍ରାମର ଲୋକମାନଙ୍କୁ କାମ ନ ଦେଇ ଏହିଭଳି ମେସିନ୍ରେ କାମ କରୁଛ ବୋଲି ପ୍ରଶ୍ନ ପଚାରିଥିଲା।
ଅଭିଯୋଗ ପ୍ରକାରେ, ଉକ୍ତ ମାଟି ଗାଡ଼ିଆ ନାଁରେ ପୂର୍ବରୁ ଥରେ ଫଲ୍ସ ବିଲ ହୋଇଛି। ଉକ୍ତ ପୋଖରୀ ନାଁରେ ନାମ ଫଳକ ଭଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ସେହି ନାମ ଫଳକକୁ ଭାଙ୍ଗି ଦେଇ ପୁଣି ପୋଖରୀ ପୁନରୁଉଦ୍ଧାର ନାମରେ ଆର୍ଥିକ ବର୍ଷ ୨୦୨୨/୨୩ ରେ ମଧ୍ୟ ମେସିନ୍ ସାହାର୍ଯ୍ୟରେ ପୋଖରୀରୁ ମାଟି ବାହାର କରୁଛନ୍ତି। ଏହି କାର୍ଯ୍ୟକୁ ବିରୋଧ କରିବା ସହ ଲୋକଙ୍କୁ କାମ ନ ଦେଇ ମେଶିନରେ ଗୋଟିଏ ପୋଖରୀରୁ ମାଟି ବାହାର କରି ଆଉ ଏକ ଏମ୍ଜିଏନ୍ଏନ୍ଆର୍ଇଜିଏସ୍ କାମରେ ମାଟି ପକାଯାଉଛି। ଏହାର ବିଲ କରିବାକୁ ଚେଷ୍ଟା କରି ବିଜେଡ଼ିର ସ୍ଥାନୀୟ ଜନପ୍ରତିନଧି ଓ କର୍ମୀ ଏବଂ ପ୍ରଶାସନ ଅଧିକାରୀମାନେ ଅର୍ଥ ଆତ୍ମସାତ କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଝିଟିକା ବାଡି ଓ କୁଆନନ୍ଦ ମଧ୍ୟରେ ଥିବା ମଠ କାର୍ଯ୍ୟରେ ଏହି ମାଟି ସବୁ ପକା ଯାଉଥିବା କହିଛନ୍ତି ବର୍ତ୍ତିନି ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ଡାକୁଆ। ବ୍ଲକର କାର୍ଯ୍ୟରତ ଥିବା ଉକ୍ତ ପଞ୍ଚାୟତ ପାଇଁ କନିଷ୍ଠ ଯନ୍ତ୍ରୀ ଶରତ କୁମାର ମଲ ଓ ଗ୍ରାମ ସେବକ ବିରୁପାକ୍ଷ ଡାକୁଆଙ୍କୁ ଫୋନ୍ କରିବାରୁ ଫୋନ୍ ରିସିଭ୍ କରି ନଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପଟେ ଭାଜପା ପକ୍ଷରୁ ଅଭିଯୋଗ ପରେ ଉକ୍ତ କାମର ତଦନ୍ତ କରିବା ପାଇଁ ଜେଇଙ୍କୁ କହିଛି ବୋଲି
ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା କହିଛନ୍ତି।