ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ

ପ୍ୟାରିସ,୨୯।୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅଶାନ୍ତ ଦେଖାଦେଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଆଭ୍ୟନ୍ତରୀଣ ମାମଲାରେ ମନ୍ତ୍ରୀ ଜେରାଲ୍ଡ ଡର୍ମିନ କହିଛନ୍ତି, ଏହି ବିରୋଧକୁ ରୋକିବା ପାଇଁ ପୂରା ଫ୍ରାନ୍ସରେ ପ୍ରାୟ ୪୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବା ସହ ପ୍ୟାରିସରେ ମଧ୍ୟ ୫୦୦୦ ପୋଲିସ କର୍ମଚାରୀ ନିୟୋଜିତ ହେବେ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ୟାରିସରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଏବଂ ଅଶାନ୍ତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ଘଟଣା ସମ୍ପୂର୍ଣ୍ଣ ଅନ୍ୟାୟ। ଯୁବକଙ୍କ ହତ୍ୟା ପରଠାରୁ ସାରା ସହରରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହେଉଛି।ଶହ ଶହ ଲୋକଙ୍କୁ ପୋଲିସ ଅଟକ ରଖିଛି।

Share