ଦ୍ୱିତୀୟ ପାଳି ଆଶାରେ ମାକ୍‌ରଁ

ପ୍ୟାରିସ୍‌, ୧୧ା୪: ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରବିବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଛି। ଚଳିତ ଥର ୧୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଦ୍ୱିତୀୟ ପାଳି ଆରମ୍ଭ ପାଇଁ ବିଦାୟୀ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଆଶାବାଦୀ ଥିବାବେଳେ ଦକ୍ଷିଣ ପନ୍ଥୀଙ୍କ ପକ୍ଷରୁ ସେ କଡ଼ା ମୁକାବିଲା ସାମ୍‌ନା କରୁଛନ୍ତି। ଦକ୍ଷିଣ ପନ୍ଥୀ ନେତ୍ରୀ ମାରିନ୍‌ ଲି ପେନ୍‌ ଏବଂ ବାମପନ୍ଥୀ ନେତା ଜିନ୍‌-ଲୁସ୍‌ ମେଲନ୍‌କନ୍‌ ମାକ୍‌ରଁଙ୍କ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଯଦି କୌଣସି ପ୍ରାର୍ଥୀ ଅର୍ଦ୍ଧାଧିକ ଭୋଟରଙ୍କ ଭୋଟ ନ ପାଆନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏଥିରେ ଦୁଇ ଶୀର୍ଷ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ। ଏପ୍ରିଲ ୨୪ରେ ଚୂଡ଼ାନ୍ତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।
ଥିବା ଫ୍ରାନ୍ସ ନାଗରିକ ମଧ୍ୟ ଭୋଟ ଦେଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଥିବା ଫ୍ରାନ୍ସ ଲୋକ ମତଦାନ କରିଛନ୍ତି। ସୂଚନାଯୋଗ୍ୟ, ପୁଡୁଚେରୀ ଏକଦା ଫ୍ରାନ୍ସ ଉପନିବେଶ ଥିଲା। କେରଳ, ତାମିଲନାଡ଼ୁ, ପୁଡୁଚେରୀରେ ଥିବା ପ୍ରାୟ ୪,୫୬୪ ଫ୍ରାନ୍ସ ନାଗରିକ ସେଠାକାର ନିର୍ବାଚନରେ ରାଷ୍ଟ୍ରପତି ଚୟନ କରିବା ନିମନ୍ତେ ଭୋଟ ଦେବାକୁ ଯୋଗ୍ୟ।୍‌

 

Share