ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ପ୍ୟାରିସ,୧।୪: ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ -୧୯ ସଂକ୍ରମଣର ବ୍ୟାପୁ ଥିବାରୁ ସ୍କୁଲଗୁଡ଼ିକୁ ତିନି ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରାଯିବା ଉଚିତ, ନଚେତ୍‌ ଡାକ୍ତରଖାନାରେ ଆଉ ଯାଗା ମିଳିବ ନାହିଁି। ଯଦି ଆମେ ଏବେ ଠୋସ ପଦକ୍ଷେପ ଗ୍ରହଣ କରିବୁ ନାହିଁ ତେବେ କରୋନା ଉପରେ ନିୟନ୍ତ୍ରଣ ହରାଇବୁ ବୋଲି ରାଷ୍ଟ୍ରପତି କହିଛନ୍ତି।
ଦେଶବ୍ୟାପୀ ଏକ ଚାରି ସପ୍ତାହ ଲକ୍‌ଡାଉନ୍‌ ହୋଇଛି। ଟେଲିଭିଜନରେ ପ୍ରସାରିତ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ଏବଂ ଲୋକଙ୍କୁ ଅଫିସ ବଦଳରେ ଘରୁ କାମ କରିବାକୁ ପଡିବ। ଏହି ସମୟ ମଧ୍ୟରେ ସାଧାରଣ ସଭାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ସେ କହିଛନ୍ତି। ଉପଯୁକ୍ତ କାରଣ ବିନା ସେମାନଙ୍କ ଘରଠାରୁ ୧୦ କିଲୋମିଟରରୁ ଅଧିକ ଦୂର ଯିବା ମଧ୍ୟ ନିଷେଧ କରାଯାଇଛି।

Share