ମଦଭାଟି ଟଙ୍କା ଗଣିହେଉନି

ବଲାଙ୍ଗୀର, ୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟି ଓ କ୍ଲବ୍‌ପଡା ଅଫିସରୁ ଜବତ ହୋଇଥିବା ଟଙ୍କା ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖାକୁ ଟ୍ରକ୍‌ରେ ଅଣାଯାଇ ଗଣାଯାଉଛି। ଶୁକ୍ରବାର ତୃତୀୟ ଦିନରେ ଆୟକର ବିଭାଗ ଅଧିକାରୀ ବ୍ୟାଙ୍କ କର୍ମଚାରୀଙ୍କ ସହ ୧୦ଟି ଟଙ୍କା ଗଣା ମେଶିନ୍‌ରେ ୩୮ କୋଟିରୁ ଉର୍ଦ୍ଧ୍ୱ ଗଣିଥିବା କୁହାଯାଉଛି। ଗୁରୁବାର ରାତି ୯ଟା ସୁଦ୍ଧା ୨୦ କୋଟିର ନୋଟ୍‌ ଗଣାଯାଇଥିବାବେଳେ ଶୁକ୍ରବାର ଆହୁରି ୧୮ କୋଟି ଟଙ୍କା ଗଣତି କରାଯାଇଥିବା ଜଣାପଡିଛି। ତେବେ ଟଙ୍କାର ପରିମାଣ ଏତେ ଯେ ଗଣତି ବେଳେ ମେଶିନ୍‌ ଅକାମୀ ହୋଇଯାଉଛି। ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କ ସହ ଟିଟିଲାଗଡ଼ରୁ ଆସିଥିବା ଅନ୍ୟ ଜଣେ ଯୁବକଙ୍କୁ ବିଭାଗୀୟ ଅଧିକାରୀମାନେ ବ୍ୟାଙ୍କ ଭିତରକୁ ନେଇଛନ୍ତି। ସମୁଦାୟ ୧୫୬ଟି ବ୍ୟାଗ ଓ ବସ୍ତାରେ ଜବତ ଟଙ୍କା ରହିଥିବାରୁ ଗଣତି ପାଇଁ ୪/୫ ଦିନ ସମୟ ଲାଗିଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।
ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଏବଂ ବାସଭବନରୁ ଶତାଧିକ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଅନଗ୍ରସର ଜିଲାରୁ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବାରୁ ଏହା ବାସ୍ତବରେ ମଦ ବିକ୍ରି ଟଙ୍କା ନା ଏହା ପଛରେ ଆଉ କ’ଣ ରହସ୍ୟ ରହିଛି, ତାକୁ ନେଇ ପ୍ରଶ୍ନ ହେଉଛି। ଆୟକର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖାଯାଇ ନ ଥିବାରୁ ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ବୋଲି ଲୋକେ କହୁଛନ୍ତି। ଏହି ଜିଲା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମାନବ ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବାବେଳେ ଦାଦନ ଶ୍ରମିକ ସମସ୍ୟା ବଡ଼ ସଙ୍କଟ ହୋଇ ଉଭାହୋଇଛି। କିଛିବର୍ଷ ହେଲା ଏହି ଅଞ୍ଚଳରେ ଦେଶୀ-ବିଦେଶୀ ମଦ ଓ ନିଶା କାରବାର ବଢ଼ିଛି। ଅପରାଧ ପ୍ରବଣତା ମଧ୍ୟ ବୃଦ୍ଧିପାଇଛି। ଦାରିଦ୍ର୍ୟ କାରଣରୁ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଥିବାବେଳେ ସଦ୍ୟ ଘଟଣା ଦେଶରେ ଚର୍ଚ୍ଚିତ ହୋଇଛି। ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଓ ଟିଟିଲାଗଡ଼ଠାରେ ଆୟକର ବିଭାଗ ତିନିଦିନ ହେଲା ଡେରା ପକାଇଛି। ମଦ ବ୍ୟବସାୟୀଙ୍କ ମଦଭାଟି, ବାସବଭନ ଓ ଅଫିସ୍‌ରେ ଚଢ଼ାଉ ଜାରି ରଖିବା ସହ ସବୁ ସ୍ଥାନକୁ ନିଜ ଅଧୀନରେ ରଖିଛି। ଏପରି କି ସେହି ସ୍ଥାନଗୁଡ଼ିକରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ବାହାରିଛି। ଝାଡ଼ଖଣ୍ଡ ଓ ଟିଟିଲାଗଡ଼ରେ ଘର କରି ବଲାଙ୍ଗୀର ସମେତ ପଡ଼ୋଶୀ ଜିଲାଗୁଡ଼ିକରେ ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରୁ ଏବଂ ମଦଭାଟିରୁ ବାହାରିଥିବା ଟଙ୍କାର ପରିମାଣ ଜଣାପଡ଼ିନାହିଁ।
ବଲାଙ୍ଗୀର ଜିଲାରେ ଗୋଟିଏ ବି ଶିଳ୍ପ କାରଖାନା ନାହିଁ। ଏକମାତ୍ର ଦେଓଗଁା ଚିନିକଳ ଦୀର୍ଘବର୍ଷ ହେଲା ବନ୍ଦ ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଚିନିକଳ ଖୋଲୁନାହିଁ। ଅନ୍ୟ ଶିଳ୍ପ ବି ପ୍ରତିଷ୍ଠା ହେଉନାହିଁ। ଏଠାରେ ଭଲ ହସ୍ପିଟାଲ ନ ଥିବାରୁ ପ୍ରତିଦିନ ଏଠାକାର ଲୋକେ ସାଧାରଣ ରୋଗ ପାଇଁ ଭୁବନେଶ୍ୱର, କଟକ, ବିଶାଖାପାଟଣା, ଦିଲ୍ଲୀ, ବେଙ୍ଗାଲୁରୁ ଓ ବମ୍ବେ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲରେ ବହୁ ପଦବୀ ଖାଲିପଡ଼ିଛି। ଏହି ସ୍ଥଳେ ଝାଡ଼ଖଣ୍ଡର କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କ ସମ୍ପର୍କୀୟଙ୍କ ନିକଟରୁ ଟଙ୍କା ଜବତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନେଇ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨...

୭ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ଆସିବେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ 

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଭୁକ୍ତି, ବିବିଧତା ଏବଂ ନ୍ୟାୟ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟରେ ସାତ...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାନାରେ କହିଲେ…

ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image