Categories: ଫୁରସତ

ସବୁଠୁ ରାଗ ଲଙ୍କା ଖାଇ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ୩୩ ସେକେଣ୍ଡରେ ଖାଇଲେ ୧୦ ଲଙ୍କା

ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଉପାୟରେ ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ। ଯେଉଁଥିପାଇଁ ଲୋକମାନେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ରେକର୍ଡ କରାଯାଇଛି ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ଲଙ୍କା ଖାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ଆମେରିକା କାଲିଫର୍ନିଆର ଜଣେ ବ୍ୟକ୍ତି ରେକର୍ଡ ସମୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଖୁବ୍‌ କମ୍‌ ସମୟରେ ୧୦ଟି ରାଗ ଲଙ୍କା ଖାଇ ରେକର୍ଡ କରିଛନ୍ତି। ଗ୍ରେଗୋରୀ ଫୋଷ୍ଟର ନାମକ ଏହି ବ୍ୟକ୍ତି ଜଣକ ମାତ୍ର ୩୩.୧୫ ସେକେଣ୍ଡରେ ୧୦ଟି ରାଗ ଲଙ୍କା ଖାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି।

ଗ୍ରେଗୋରୀ ୧୦ଟି କାରୋଲିନା ରିପର୍‌ ଲଙ୍କା ଖାଇଛନ୍ତି। କାରୋଲିନା ରିପର୍‌ ଲଙ୍କା ହେଉଛି ଦୁନିଆର ସବୁଠାରୁ ରାଗ ଲଙ୍କା। ଏହାପୂର୍ବରୁ ସେ ମାତ୍ର ୮.୭୨ ସେକେଣ୍ଡରେ ୩ଟି ରାଗ ଲଙ୍କା ଖାଇ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ଯଦିଓ ଗ୍ରେଗୋରୀ ପୂର୍ବରୁ, ଅଳ୍ପ ସମୟ ମଧ୍ୟରେ ଏହି ଲଙ୍କା ଖାଇବାର ରେକର୍ଡ କାନାଡାର ମାଇକ୍‌ ଜ୍ୟାକ୍‌ଙ୍କ ନାମରେ ଥିଲା। ସେ ୯.୨୭ସେକେଣ୍ଡରେ ଏହି ରେକର୍ଡ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ରେକର୍ଡକୁ ଭାଙ୍ଗନ୍ତି ଗ୍ରେଗୋରୀ।

ଆମେରିକାରେ ଦୁନିଆର ସବୁଠୁ ରାଗ ଲଙ୍କା ଦେଖିବାକୁ ମିଳିଥାଏ। ଯାହାକି କାରୋଲିନା ରିପର ଭାବରେ ଜଣାଶୁଣା। ଏହି ଲଙ୍କା ପ୍ରାୟ ୧୫,୬୯,୩୦୦ ଏସ୍‌ଏଚ୍‌ୟୁ ଅର୍ଥାତ୍‌ ସ୍କୋଭିଲ ହିଟ ୟୁନିଟ୍‌। ଏଥିରୁ ଅନୁମାନ କରନ୍ତୁ ଏହି ରାଗ ଲଙ୍କା ଖାଇ ଜିତିବା କୌଣସି ଯୁଦ୍ଧଠାରୁ ବି କମ୍‌ ନୁହେଁ।

Share