କୁୱେତ ପହଞ୍ଚିଲା ଭାରତର କରୋନା ଭ୍ୟାକ୍ସିନ, ବୈଦେଶିକ ମନ୍ତ୍ରୀ କହିଲେ ଘନିଷ୍ଠ ବନ୍ଧୁତାର ପ୍ରତିକ

ନୂଆଦିଲ୍ଲୀ/କୁୱେତ ସିଟି ,୧ ।୨: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ବିକଶିତ ଦେଶର ଭ୍ୟାକ୍ସିନ ଉପରେ ଏବେ କିଛି ଦେଶ ନିର୍ଭର କରୁଛନ୍ତି । ସେମିତି ଭାରତରେ ପ୍ରସ୍ତୁତ ୨ଟି ଭ୍ୟାକ୍ସିନକୁ ମଧ୍ୟ ଦେଶ ଅନ୍ୟ ଦେଶକୁ ଯୋଗଇ ଦେଇ ବନ୍ଧୁତାର ପରିଚୟ ଦେଇଛି । ଏହିଭଳି ଭାବେ ଭାରତ ପ୍ରାୟ ୬୦ଟି ଦେଶକୁ କରୋନା ଭ୍ୟାକ୍ସିନ ଯୋଗାଇ ଦେବାକୁ କାମ କରୁଛି । ଏହି କ୍ରମରେ କୁୱେତରେ ଏବେ ମେଡ ଇନ୍ ଇଣ୍ଡିଆ ଭ୍ୟାକ୍ସିନ ପହଞ୍ଚି ସାରିଛି । ଏହାର ସୂଚନାଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଆମର ଘନିଷ୍ଠ ବନ୍ଧୁତା ଓ ମଜଭୁତ ସମ୍ପର୍କକୁ ଦେଖି ଏହି ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ସୂଚନାଯୋଗ୍ୟ ଏହା ପୂର୍ବରୁ କରୋନା ଭ୍ୟାକ୍ସିନର ଏକ କନସାଇନମେଣ୍ଟ ଶନିବାର ଓମାନର ରାଜଧାନୀ ମସ୍କଟରେ ପହଞ୍ଚିଥିଲା । ଏହାକୁ ନେଇ ବୈଦେଶିକ ମନ୍ତ୍ରି ଜୟଶଙ୍କର କହିଥିଲେ ଏହା ଦୁଇ ଦେଶ ମଧ୍ୟରେ ହଜାର ବର୍ଷର ପୁରୁଣା ସମ୍ପର୍କକୁ ଦର୍ଶାଇଛି ।

Share