Posted inଫୁରସତ

ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ ଏପରି ଏକ ଚାଇନିଜ୍‌ ଖାଦ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରକାର କଳା ପଥରକୁ ଭାଜି ସେଥିରୁ ଚାଇନିଜ୍‌ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଚାଇନିଜ୍‌ ଖାଦ୍ୟର ନାମ ରହିଛି ‘ସୌଦିଉ’। ଏହାକୁ ଦୁନିଆର ସବୁଠୁ କଠିନ ଖାଦ୍ୟ ବୋଲି କୁହାଯାଉଛି। ଏହି ଖାଦ୍ୟରେ ମୁଖ୍ୟ ସାମଗ୍ରୀ ଭାବେ ପଥରକୁ ବ୍ୟବହାର କରାଯାଇଛି। କୁହାଯାଉଛି କି, ଏହି ଅଦ୍ଭୁତ ଖାଦ୍ୟର ଉତ୍ପତ୍ତି ବହୁ ପ୍ରାଚୀନ କାଳରୁ ଚିର ହୁୱେଇରୁ ହୋଇଥିଲା। ସେଠାରେ ନଦୀକୂଳରେ ରହୁଥିବା ନାବିକଙ୍କୁ ପନିପରିବା ଏବଂ ଜୀବଜନ୍ତୁଙ୍କ ଅଭାବ ହେଉଥିଲା। ସେହି ସମସ୍ୟାରୁ ବର୍ତ୍ତିବା ପାଇଁ ସେମାନେ କିଛି ପଥରକୁ ଏକାଠି କଲେ। କିଛି ମସଲା ସହିତ ସେହି ପଥରକୁ ଭାଜୁଥିଲେ। ଖାଇବାବେଳେ ସେମାନେ କେବଳ ପଥରରୁ ସମସ୍ତ ମସଲା ଚାଟି ସଫା କରିବା ପରେ ପଥରକୁ ଫୋପାଡ଼ି ଦିଅନ୍ତି। ସୌଦିଉର ଅର୍ଥ ହେଉଛି ଚାଟିବା। ସେଥିପାଇଁ ଖାଦ୍ୟର ନାମ ଏପରି ରଖାଯାଇଛି। ସେବେଠାରୁ ଏପରି ଏକ ଚାଇନିଜ୍‌ ଖାଦ୍ୟର ଉତ୍ପତ୍ତି ହୋଇଛି। ଭିଡିଓ ମୁତାବକ, ପରଷା ଯାଇଥିବା ଖାଦ୍ୟର ମୂଲ୍ୟ ୧୬ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୮୦ ଟଙ୍କାରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri