Categories: ଜାତୀୟ

ପାଟନାରେ ଜୁନ୍‌ ୧୨ରେ ହେବନି ବିରୋଧୀ ଦଳ ବୈଠକ

ପାଟନା,୫।୬: ୨୦୨୪ ପୂର୍ବରୁ ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍‌ ୧୨ରେ ଡକାଇଥିବା ବିରୋଧୀ ଦଳ ବୈଠକକୁ ସ୍ଥଗିତ ରଖିଛନ୍ତି। ଏନେଇ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା ପଛରେ କଂଗ୍ରେସ ରହିଥିବା ସେ କହିଛନ୍ତି।

ନୀତୀଶ କହିଛନ୍ତି, ସବୁ ଦଳର ମୁଖ୍ୟଙ୍କ ସହ କଥା ହୋଇ ବୈଠକର ନୂଆ ତାରିଖ ଘୋଷଣା କରାଯିବ। ଜୁନ ୧୨ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କଂଗ୍ରେସ ଓ ଆଉ ଗୋଟିଏ ଦଳ ଏହି ତାରିଖ ଉପଯୁକ୍ତ ହେଉ ନ ଥିବା ମୋତେ ଜଣାଇଥିଲେ। ତେଣୁ ମୁଁ ବୈଠକକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

Share