ଦୁବାଇ,୧୧।୧୦: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସ୍କେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରୁତୁରାଜ ଗାଇକ୍ୱାଡ (୭୦)ଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନୀ ଜ୍ୱଳନ୍ତ ଇନିଂସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଧୋନୀ ମ୍ୟାଚ୍ର ଶେଷ ଓଭରରେ ୪ଟି ଚୌକା ମାରି ଚେନ୍ନାଇକୁ ୨ଟି ବଲ ବାକି ଥାଇ ବିଜୟ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଧୋନୀ ୬ଟି ବଲରେ ୧୮ ରନ ସଂଗ୍ରହ କରିଥିଲେ। ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଧୋନୀଙ୍କ ଏହି ଇନିଂସକୁ ବହୁତ ପସନ୍ଦ କରି ଟୁଇଟ୍ କରିଥିଲେ। ସେ ଟୁଇଟ୍ କରି କହିଛନ୍ତି- ଏବେ କିଙ୍ଗ ଫେରି ଆସିଛନ୍ତି। ଦୁନିଆର ସର୍ବୋତ୍ତମ ଫିନିସର୍ । ଆଜିର ଇନିଂସ ମୋତେ ପୁଣି ଥରେ ଚେୟାରରୁ ଡେଇଁପଡିବାକୁ ବାଧ୍ୟ କରିଛି। ଏହି ମ୍ୟାଚ ଜିତି ଚେନ୍ନାଇ ରେକର୍ଡ ୯ମ ଥର ପାଇଁ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଧୋନୀ ଦଶମ ଥର ପାଇଁ ଆଇପିଏଲର ଫାଇନାଲ ଖେଳିବେ। ସେ ସିଏସ୍କେ ପାଇଁ ୯ଥର ଏବଂ ରାଇଜିଂ ପୁଣେ ସୁପର ଜଏଣ୍ଟସ ଦଳ ପାଇଁ ଟାଇଟଲ ମ୍ୟାଚ ଖେଳିଛନ୍ତି।