Categories: ଜାତୀୟ

‘ଗତ ୮ ବର୍ଷ ମଧ୍ୟରେ ଭାଜପା ସରକାର ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ କରିପାରିଛି’

ନୂଆଦିଲ୍ଲୀ,୨୩।୫: ଭାଜପା ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ ଓ ମଜବୁତ କରିଛି । ଜାପାନ ଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ଏଭଳି କହିଛନ୍ତି। କ୍ୱାର୍ଡ ସମ୍ମିଳନୀ ପାଇଁ ଟୋକିଓରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଗତ ଆଠ ବର୍ଷ ମଧ୍ୟରେ ଆମେ ଆମର ଗଣତନ୍ତ୍ରକୁ ସୁଦୃଢ କରିଛୁ। ଏହା ପ୍ରଗତିର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଦେଶର ପ୍ରତିଟି ନାଗରିକଙ୍କ ଆବଶ୍ୟକ ପୂରଣ ଲାଗି ସରକାର ଉଦ୍ୟମ ଜାରି ରଖିଛି। ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ପ୍ରକୃତ ଅର୍ଥରେ ଆମର ଏକ ନେତୃତ୍ୱାଧୀନ ସରକାର ଅଛି । ଯାହା ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏହା ଏକ ପ୍ରମୁଖ କାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ୱାର୍ଡ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଗସ୍ତରେ ଜାପାନରେ ପହଞ୍ଚିଛନ୍ତି । ଯେଉଁଠି ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମ୍ପର୍କରେ ଆଲୋଚନା ହେବ। କ୍ୱାର୍ଡ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି କ୍ୱାର୍ଡ ନେତାମାନଙ୍କୁ ଭେଟିବେ ବୋଲି ଜଣାପଡିଛି।

Share