Categories: ଜାତୀୟ

ଫଳାଫଳ ପୂର୍ବରୁ ମାଧବୀ ଲତା କହିଦେଲେ ଏକ ବଡ଼ କଥା

ହ୍ରାଇଦାବାଦ,୪ା୬: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ମାଧବୀ ଲତା ଫଳାଫଳ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ବିଜୟ ଦାବି କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମାଧବୀ ଲତା କହିଛନ୍ତି, ମୁଁ ବହୁତ ଉତ୍ସାହିତ ଏବଂ ସାରା ଦେଶରେ ଭାଜପାକୁ ଭୋଟ୍‌ ଦେଇଥିବା ସମସ୍ତ ଲୋକ ଏହି ଆସନରେ ଆମର ବିଜୟ ଏବଂ ହାଇଦ୍ରାବାଦ ପାଇଁ ନ୍ୟାୟକୁ ଅପେକ୍ଷା କରିଛନ୍ତି।

ମାଧବୀ ଲତା ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ; ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୁଇ ପଦବୀରେ ଦେଶ୍‌ ପାଇଁ ବହୁତ କିଛି କରିଛନ୍ତି। ସେ କେବଳ କାମ କରିନାହାନ୍ତି, ସେ ସମସ୍ତ ଭାରତୀୟଙ୍କ ହୃଦୟରେ ‘ମୋଦିଙ୍କ ଭଲପାଇବା’ର ଏକ ସୁନ୍ଦର ଭାବନା ମଧ୍ୟ ଛାଡ଼ିଛନ୍ତି। ମୁଁ ନିଶ୍ଚିତ ଯେ, ଆଜି ସମଗ୍ର ଦେଶ ପ୍ରାର୍ଥନା, ଆଶୀର୍ବାଦ ଏବଂ ‘୪୦୦ କାର୍‌’ କରିବାର ଇଚ୍ଛାରେ ରହିବ। ଏହି ଆଶୀର୍ବାଦ ସହିତ ହାଇଦ୍ରାବାଦ ଆସନ ଜିତିବା ପାଇଁ ସକାରାତ୍ମକ ଝଡ଼ ମଧ୍ୟ ଆସିଛି ।’

Share